www.samajalive.in
Saturday, December 6, 2025
15.1 C
Bhubaneswar

୩ ରାଜ୍ୟର ଖାଲି ପଡିଥିବା ଆସନ ପାଇଁ ଉପନିର୍ବାଚନ: ୧୧ରେ ବିଜ୍ଞପ୍ତି, ୨୮ରେ ଭୋଟ

ନିର୍ବାଚନ କମିଶନ୍‍ ବିହାରର ଖାଲି ପଡ଼ିଥିବା ଦୁଇଟି ବିଧାନ ପରିଷଦ ଆସନ, ଆନ୍ଧ୍ରପ୍ରଦେଶର ଗୋଟିଏ ଆସନ ଓ ଉତ୍ତରପ୍ରଦେଶର ୧୨ଟି ଆସନ ପାଇଁ ନିର୍ବାଚନ ସକାଶେ ଆସନ୍ତା ୧୧ ତାରିଖରେ ବିଜ୍ଞପ୍ତି ଜାରି କରିବ। ବିହାରରେ ସୁଶୀଲ କୁମାର ମୋଦୀ ରାଜ୍ୟସଭାକୁ ନିର୍ବାଚିତ ହେବାରୁ ତାଙ୍କ ଆସନଟି ଖାଲି ପଡ଼ିଥିବା ବେଳେ ବିନୋଦ ନାରାୟଣ ଝା ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ଯୋଗୁଁ ତାଙ୍କ ଆସନଟି ଖାଲି ପଡ଼ିଛି।

ଆନ୍ଧ୍ରପ୍ରଦେଶରେ ପୋଥୁଲା ସୁନିତା ଇସ୍ତଫା ଦେବାରୁ ସେଠାରେ ଗୋଟିଏ ଆସନ ଖାଲିପଡ଼ିଛି। ଉତ୍ତରପ୍ରଦେଶରେ ୧୨ଜଣ ବିଧାନ ପରିଷଦ ସଦସ୍ୟଙ୍କର କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଛି। ନିର୍ବାଚନ କମିଶନ୍‍ ସେହି ତିନୋଟି ରାଜ୍ୟର ବିଧାନ ପରିଷଦ ଉପନିର୍ବାଚନ ପାଇଁ ଆସନ୍ତା ୨୮ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନେଇଛି। ଭୋଟ ଗ୍ରହଣ ସମୟରେ କୋଭିଡ ସମ୍ବନ୍ଧୀୟ ସମସ୍ତ ନିୟମର କଡ଼ାକଡ଼ି ପାଳନ ପାଇଁ କମିଶନ୍‍ ନିର୍ଦ୍ଦେଶ ଦେଇଛି। କୋଭିଡ ନିୟମଗୁଡ଼ିକର ଯେପରି ଠିକ୍‍ ଭାବେ ପାଳନ କରାଯିବ ତାହା ନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ୍‍ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories