ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋରରେ ଜାତୀୟ ରାଜପଥ ଅବରୋଧ। ସୋର ନାଗରିକ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଉତ୍ତରେଶ୍ଵର ଗଳାପୋଲ ଏବଂ କଲେଜ ଛକରେ ଥିବା ପୋଲର ସମ୍ପ୍ରସାରଣ ପାଇଁ ଦାବି କରି ନାଗରିକ ମଞ୍ଚ ରାସ୍ତାକୁ ଓହ୍ଲାଇଛି। ଏ ନେଇ ଦୀର୍ଘ ଦିନରୁ ବାରମ୍ବାର ଦାବି କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ। ଯାହାକୁ ନେଇ ଆଜି ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଆଜି ସକାଳୁ ଆନ୍ଦୋଳନ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ ହୋଇଛନ୍ତି।
Popular Categories



