www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଆଜି କେମିତି କଟିବ ପାରିବାରିକ ଜୀବନ: ଗୁରୁବାର ରାଶିଫଳ

ମେଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ଓ ଧନଶାଳୀ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ବୃଷ: ଜ୍ଞାନ ପିପାସୁ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବା ଆଶା କରାଯାଏ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ​‌େ​‌ର ସଫଳ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସରକାରୀ ଧନ ପ୍ରାପ୍ତ ହୋଇପାରେ।

କର୍କଟ:କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତ ଓ ଅନୁଗତମାନଙ୍କର ପ୍ରଣମୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖୀ ରହିବେ।
ସିଂହ: ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିବେ। ପରାକ୍ରମୀ ଓ ଜିତେନ୍ଦ୍ରୀୟ ହେବେ। ଜନବଲ୍ଲଭ ହେବେ। କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ନାନା ସୁଖକର ଘଟଣାମାନ ଘଟିବ। ସେବା ମନୋଭାବର ହୋଇପାରନ୍ତି। ସୁସ୍ବାଦୁ ଭୋଜନ ସହିତ ପତିପତ୍ନୀ ଆନନ୍ଦ ଅନୁଭବ କରିବେ।
ତୁଳା: ଭାଇ, ବନ୍ଧୁ, ଜାତି, କୁଟୁମ୍ବଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ମାନସିକ ଅଶାନ୍ତି ଦୂର ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପରଧନରେ ଧନୀ ହୋଇ ପାରନ୍ତି।
ବିଛା: କର୍ମନିଷ୍ଠ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ଜଞ୍ଜାଳକୁ ଚତୁରତାର ସହ ଶାନ୍ତିମୟ କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ। ଧର୍ମପ୍ରିୟ ହେବେ। କର୍ମଚଞ୍ଚଳ ରହିବେ।
ଧନୁ: କୃଷି କର୍ମକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଧର୍ମଜ୍ଞ ହେବେ।
ମକର: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ପାଇଁ ସମସ୍ତ ଅଶାନ୍ତି ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। କୁମ୍ଭ:ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ବିବଧ ଧନଯୁକ୍ତ ହୋଇପାରନ୍ତି। ପ୍ରଫୁଲ୍ଲ ସୁଖ ଓ ରୂପବାନ୍‌ ହୋଇପାରନ୍ତି।
ମୀନ : ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସ୍ବାଦିଷ୍ଟ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ବଚ୍ଛ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories