ସୋର: ବାଲେଶ୍ଵର ଜିଲ୍ଲା ସୋରରେ ଥିବା ଏକ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଚମ୍ପୁଆ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ପଶି ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ସୁନା ମୁକୁଟ ଚୋରି କରିନେଇଛନ୍ତି। ଏପରିକି ଦାନ ହୁଣ୍ଡି ଭାଙ୍ଗି ସମ୍ପୂର୍ଣ୍ଣ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଚୋରି ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି। ଗତ କିଛି ଦିନ ପୂର୍ବରୁ ଅନୁଗୁଳ ସାଲେଶ୍ରୀ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା। ହୁଣ୍ଡି ଭାଙ୍ଗିବା ସହ ଠାକୁରଙ୍କ ମୁକୁଟ ଚୋରି କରି ନେଇଥିଲେ ଦୁର୍ବୁତ୍ତ। ବାରମ୍ବାର ଅଞ୍ଚଳରେ ଚୋରି ଘଟଣା ସାମ୍ନାକୁ ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।



