ସୋର : ବାଲେଶ୍ବର ଜିଲା ଖଇରା ଥାନା କୁପାରି ଅଞ୍ଚଳ ଶାଳଗଡ଼ିଆ ଗାଁରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ନଳକୂପ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ସୂଚନା।
ସୂଚନା ଅନୁଯାୟୀ, ପରିବାରଲୋକଙ୍କ ଅଜାଣତରେ ଶିଶୁଟି ଦାଣ୍ଡରେ ଖେଳୁଥିବା ବେଳେ ସେହି ଖାଲରେ ପଡିଯାଇଥିଲା। ଫଳରେ ଶିଶୁଟି ଗୁରୁତର ହୋଇଥିଲା \। ପରିବାର ଲୋକ ଦେଖିବା ପରେ ଶିଶୁଟିକୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।



