www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ-ଚୀନ୍‌ ସୀମା ବିବାଦର ହୋଇଛି ଆପୋସ ବୁଝାମଣା- ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତୀୟ ସଶସ୍ତ୍ର ସେନା ପ୍ରତିବଦ୍ଧ ଏବଂ ଭାରତ-ଚୀନ୍‌ ସୀମା ବିବାଦର ଆପୋସ ବୁଝାମଣା ହୋଇଥିବା ସଂସଦରେ କହିଛନ୍ତି। ଆମେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ। ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରି ଆସିଛି। ଦେଶର ସାର୍ବଭୌମତ୍ୱର ସୁରକ୍ଷା ନିମନ୍ତେ ଯେ କୌଣସି ଆହ୍ଵାନର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଭାରତୀୟ ସେନା ପ୍ରତିପାଦିତ କରିଥିବା କଥା ମଧ୍ୟ ସେ ଆଜି ରାଜ୍ୟସଭାରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଲେ ଯେ, ଚୀନ୍‌ ସହ ଜାରି ରହିଥିବା ଆମର ଆଲୋଚନା ଯୋଗୁଁ ପୂର୍ବ ଲଦାଖ ସ୍ଥିତ ପାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ଭାରତ ଓ ଚୀନ୍ ସୈନ୍ୟ ପ୍ରତ୍ୟାହାର  ସମ୍ଭବ ହୋଇଛି।

- Advertisement -

ଭାରତର ଗୋଟିଏ ଇଞ୍ଚ୍ ଭୂମି କାହାକୁ ଦିଆଯିବ ନାହିଁ । ଚୀନ ଦ୍ୱାରା ଗତ ବର୍ଷ ବିପୁଳ ମାତ୍ରାରେ ଗୋଳା ବାରୁଦ ଏକାଠି କରାଯାଇଥିଲା। ଭାରତୀୟ ସେନା ଚୀନ୍ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେପ୍ଟେମ୍ବରରେ ଉଭୟ ପକ୍ଷ ଆଲୋଚନା କରିଥିଲେ। ଏଲଏସିରେ ପରିସ୍ଥିତି ସାମାନ୍ୟ କରିବା ହିଁ ଭାରତର ଲକ୍ଷ୍ୟ ବୋଲି ରାଜନାଥ ସିଂହ କହିଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories