www.samajalive.in
Sunday, December 14, 2025
23.1 C
Bhubaneswar

ଦାନ୍ତ ପାଇଁ ଦନ୍ତାହାତୀଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲା ହିନ୍ଦୋଳ କନ୍ଧରା ଜଙ୍ଗଲରେ ଦାନ୍ତ ପାଇଁ  ଦନ୍ତାହାତୀକୁ ଶିକାରୀ ଗୁଳି କରିଥିବା ଜଣାପଡ଼ିଛି। ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା।

ସୂଚନା ଅନୁଯାୟୀ, ଶିକାରୀ ଦାନ୍ତ ନେଇ ପଳାଉଥିବା ବେଳେ ବନବିଭାଗ ସହ ମୁହାଁମୁହିଁ ହୋଇଥିଲା।  ଶିକାରୀଙ୍କ ଆଡୁ ୨୩ ରାଉଣ୍ଡ ଗୁଳିଚାଳନା ହୋଇଥିଲେହେଁ କେହି ମୃତାହତ ହୋଇ ନାହାଁନ୍ତି। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଥିଲା। ପରେ ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ ଓ ଶିକାରୀ  ମଧ୍ୟରେ ବ୍ଲାଙ୍କ ଫାୟାରିଂ ହୋଇଥିଲା ।

- Advertisement -

ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଶିକାରୀ ସାମିଲ ଥିବା ବେଳେ ୯ରୁ ଅଧିକ ଜଣ ବନ୍ଧୁକ ରଖିଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି। ଘଟଣା ହିନ୍ଦୋଳ- ନରସିଂହପୁର ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଦନ୍ତାକୁ ଗୁଳି କରି ଦାନ୍ତ ନେବା ପରେ ଦୁବୃର୍ତ୍ତମାନେ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ଜଣାପଡ଼ିଛି। ତେବେ ଦନ୍ତାର ପୋଷ୍ଟମର୍ଟମ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ବନବିଭାଗ।

 

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories