www.samajalive.in
Monday, December 15, 2025
16.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କୁ କାର୍ୟ୍ୟ ଅନୁମତି ନେଇ ଏସ୍‌ଓପି ଜାରି

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଆବଶ୍ୟକ କାମଧନ୍ଦା କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କେତେଗୁଡିଏ ଆବଦ୍ଧ ଅଞ୍ଚଳ(କଣ୍ଟେନମେଣ୍ଟ ରିଜିଅନ୍‌)କୁ ଛାଡ଼ି ବାକି ସ୍ଥାନରେ ଆସନ୍ତା ୨୦ ତାରିଖଠାରୁ ସଂଶୋଧିତ ନିୟମାବଳୀ ଅନୁସାରେ କାର୍ୟ୍ୟ ଆରମ୍ଭ ହେଉଥିବାରୁ ଏହି ଶ୍ରମିକମାନେ କଳକାରଖାନା, ନିର୍ମାଣ ଶିଳ୍ପ, କୃଷି ଓ ମନରେଗା ଆଦି କାର୍ୟ୍ୟରେ ନିୟୋଜିତ ହୋଇପାରିବେ। ରିଲିଫ ଶିବିର ଓ ଆଶ୍ରୟସ୍ଥଳଗୁଡିକରେ ଆଶ୍ରୟ ନେଇଥିବା ଶ୍ରମିକମାନେ କାମଧନ୍ଦା ଲାଗି ସ୍ଥାନୀୟ ପ୍ରଶାସନ ନିକଟରେ ନାମ ପଞ୍ଜୀକରଣ କରିବେ। ନାମ ପଞ୍ଜୀକରଣ ପରେ ଶ୍ରମିକଙ୍କ ଦକ୍ଷତା ଆଧାରରେ ବିଭିନ୍ନ ପ୍ରକାର କାମଧନ୍ଦା ଯୋଗାଇ ଦିଆଯିବ। ଏହା ସହିତ ଯେଉଁ ଶ୍ରମିକମାନେ ନିଜର କର୍ମସ୍ଥଳ ଛାଡି ବାହାରକୁ ଚାଲିଆସିଛନ୍ତି ସେମାନଙ୍କୁ ନିଜର କର୍ମସ୍ଥଳକୁ ଫେରିଯିବାକୁ ଅନୁମତି ଦିଆଯିବ। ତେବେ ଏହି ଶ୍ରମିକମାନେ ଆବଶ୍ୟକ ସର୍ତ୍ତ ଆଧାରରେ ଫସି ରହିଥିବା ରାଜ୍ୟ ମଧ୍ୟରେ ଚଳପ୍ରଚଳ କରିପାରିବେ। ସେମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରବିବାର କହିଛି।

ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା ଏ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ​‌, ମେ ୩ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିବା ଲକ୍‌ଡାଉନ ଅବଧି ମଧ୍ୟରେ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ। ଗୋଟିଏ ରାଜ୍ୟ ମଧ୍ୟରେ ରହି ଶ୍ରମିକମାନେ ଏପ୍ରିଲ ୨୦ ଠାରୁ କାର୍ୟ୍ୟକ୍ଷମ ଲାଗି ଅନୁମତିପ୍ରାପ୍ତ ଶିଳ୍ପସଂସ୍ଥା, ନିର୍ମାଣସଂସ୍ଥା, କୃଷିକ୍ଷେତ୍ର ଓ ମନରେଗାରେ କାମ କରିପାରିବେ।

- Advertisement -

ପ୍ରଥମ ପର୍ୟ୍ୟାୟ ଲକ୍‌ଡାଉନ ଘୋଷଣା ପରେ ଅନେକ ଶ୍ରମିକ ଘରକୁ ଫେରିବା ଉଦ୍ଦେଶ୍ୟରେ ନିଜର କର୍ମସ୍ଥାନ ଛାଡି ଚାଲିଆସିଥିଲେ। ଏହି ଶ୍ରମିକମାନେ ଏବେ ରିଲିଫ ଶିବିରରେ ରହିଛନ୍ତି। ସେମାନେ ଚାହିଁଲେ ନିଜର କର୍ମସ୍ଥାନକୁ ଫେରିପାରିବେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ସେମାନଙ୍କ ପରିବହନ ସହିତ ଯାତ୍ରା ସମୟରେ ଖାଦ୍ୟପେୟର ବ୍ୟବସ୍ଥା କରିବେ। ତେବେ ଏହା କେବଳ ଗୋଟିଏ ରାଜ୍ୟ ପରିସର ମଧ୍ୟରେ କାର୍ୟ୍ୟକାରୀ ହେବ। କର୍ମସ୍ଥଳକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ସେମାନେ ସୁସ୍ଥ ଥିବେ ତେବେ କାମ କରିବା ଲାଗି ଅନୁମତି ଦିଆଯିବ। ତେବେ ସେମାନେ ଯେଉଁ ବସ୍‌ରେ ଯାତ୍ରା କରିବେ ସେଥିରେ ସାମାଜିକ ଦୂରତ୍ୱ କଡ଼ାକଡ଼ିଭାବେ ପାଳନ କରାଯିବ ଓ ପରିବହନ ପାଇଁ ଉଦ୍ଦିଷ୍ଟ ବସ୍‌କୁ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ବିଶୋଧନ କରାଯିବ। କୋଭିଡ-୧୯ ପରିସ୍ଥିତିର ପରିଚାଳନା ପାଇଁ ଏପ୍ରିଲ ୧୫ ତାରିଖରେ ଜାରି ହୋଇଥିବା ଜାତୀୟ ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ କରିବାକୁ ପଡିବ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories