www.samajalive.in
Monday, December 15, 2025
17.1 C
Bhubaneswar

ଲୋକସଭାରେ ସୋନିଆଙ୍କୁ ଧମକାଇବା ପ୍ରସଙ୍ଗ; ସ୍ମୃତି ଇରାନୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ହୋଇଥିବା ମୁହଁାମୁହିଁ ପରିସ୍ଥିତି ଭିନ୍ନ ମୋଡ ନେଇଛି। ଏହି ଘଟଣାକୁ ନେଇ ଶୁକ୍ରବାର ସଂସଦର ଉଭୟ ଗୃହରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। କଂଗ୍ରେସ ସଦସ୍ୟମାନେ ସ୍ମୃତି ଇରାନୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହିତ ସରକାରଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। କଂଗ୍ରେସ ସଦସ୍ୟମାନେ କହିଛନ୍ତି ଯେ ଗୃହ ମଧ୍ୟରେ ସୋନିଆଙ୍କ ପ୍ରତି ସ୍ମୃତି ଅଶୋଭନୀୟ ଆଚରଣ ପ୍ରଦର୍ଶନ ପୂର୍ବକ ଧମକାଇଛନ୍ତି। ଘଟଣା ସମ୍ପର୍କରେ କଂଗ୍ରେସ ପକ୍ଷରୁ ସ୍ମୃତିଙ୍କ ବିରୋଧରେ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅଭିଯୋଗ କରାଯାଇଛି। ଘଟଣାକୁ ସ୍ବାଧିକାର ଭଙ୍ଗ କମିଟିକୁ ପଠାଇବା ପୂର୍ବକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଂଗ୍ରେସ ଦାବି କରିଛି।

ରାଜ୍ୟସଭାରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି। ଗୃହର ସଦସ୍ୟ ନଥିବା ସତ୍ତ୍ବେ ସୋନିଆଙ୍କ ବିରୋଧରେ ସରକାରଙ୍କ ଦୁଇ ମନ୍ତ୍ରୀ ଦେଇଥିବା ଟିପ୍ପଣୀକୁ ବାଦ୍ ଦେବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟକୁ ନେଇ ଶାସକ ବିଜେପି ସୋନିଆଙ୍କ ଠାରୁ କ୍ଷମା ପ୍ରାର୍ଥନା ମାଗିବା ପୂର୍ବକ ତାଙ୍କ ସମ୍ପର୍କରେ ବିଭିନ୍ନ ଆକ୍ଷେପ କରିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଗୃହର ଅଧ୍ୟକ୍ଷଙ୍କ ନିକଟକୁ ଚିଠି ଲେଖି ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ ଦେଇଥିବା ମନ୍ତବ୍ୟକୁ ବାଦ ଦେବାକୁ ନିବେଦନ କରିଛନ୍ତି। ସୋନିଆଙ୍କ ପ୍ରତି ଅନୁଚିତ ଆକ୍ଷେପ ପୂର୍ବକ ଦୁଇ ମନ୍ତ୍ରୀ ଗୃହର ମର୍ଯ୍ୟାଦା ହାନି କରିଥିବାରୁ ସେମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

- Advertisement -

ଏହା ପୂର୍ବରୁ ଖଡଗେ ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ଦାବି କରିଥିଲେ ମାତ୍ର ନିୟମ ୨୫୮ ଅନୁଯାୟୀ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଗୁରୁବାର ଘଟଣାକୁ ନେଇ କଂଗ୍ରେସ ସଦସ୍ୟମାନେ ସଂସଦ ଭବନରେ ବୈଠକରେ ମିଳିତ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ। ପରେ ସେମାନେ ସଂସଦର ଉଭୟ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ସଂସଦ ଭବନ ପରିସର ଗାନ୍ଧୀ ମୂର୍ତ୍ତି ନିକଟରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ରାଷ୍ଟ୍ରପତ୍ନୀ’ ବୋଲି ଆକ୍ଷେପ କରିଥିଲେ। ଏହାକୁ ନେଇ ଗୁରୁବାର ଲୋକସଭା ଓ ରାଜ୍ୟସଭାରେ ଶାସକ ବିରୋଧୀ ଦଳ କଂଗ୍ରେସକୁ ଘେରିବା ସହିତ ଦଳର ଅଧ୍ୟକ୍ଷାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ।

ଶୁକ୍ରବାର ନବମ ଦିନରେ ମଧ୍ୟରେ ବିରୋଧୀ ସଦସ୍ୟମାନେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଦାବି କରି ଉଭୟ ଗୃହରେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା। ବିରୋଧୀଙ୍କ ଦାବି ଆଧାରରେ ଅଗଷ୍ଟ ୧ରେ ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ସମ୍ମତି ପ୍ରକାଶ କରିଛନ୍ତି। ପରଦିନ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories