www.samajalive.in
Saturday, December 6, 2025
17.1 C
Bhubaneswar

ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ: ସୋନିଆଙ୍କ ବିରୋଧରେ ମାମଲା

ପାଟନା : ସଂସଦର ବଜେଟ ଅଧିବେଶନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିହାରର ମୁଜାଫରପୁର ବାସିନ୍ଦା ସୁଧୀର ଓଝା ନାମକ ଜଣେ ଆଇନଜୀବୀ ଶନିବାର ସ୍ଥାନୀୟ ଏକ ଅଦାଲତରେ ସୋନିଆଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଥିବାରୁ ସୋନିଆଙ୍କ ବିରୋଧରେ ଏତଲା ପଞ୍ଜିକୃତ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଉ ବୋଲି ଓଝା ପିଟିସନରେ ଉଲ୍ଲେଖ କରିଛନ୍ତି। ପୁନଶ୍ଚ ପିଟିସନରେ ଦୁଇ କଂଗ୍ରେସ ସାଂସଦ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଉକ୍ତ ଦିନ ଅଭିଭାଷଣ ଶେଷ ହେବାପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ଅବସରରେ ସୋନିଆ ରାଷ୍ଟ୍ରପତିଙ୍କୁ ବିଚରା ମହିଳା ବୋଲି ସମ୍ବୋଧନ କରିଥିଲେ। ଭାଷଣ ଅତ୍ୟଧିକ ଲମ୍ବା ହୋଇଥିବାରୁ ଏହାକୁ ପଢିବା ପରେ ରାଷ୍ଟ୍ରପତି କ୍ଲାନ୍ତ ହୋଇପଡିଥିଲେ ବୋଲି ମଧ୍ୟ ସୋନିଆ କହିଥିଲେ। ଅପରପକ୍ଷରେ ରାହୁଲ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରକ୍ତିଜନକ ବୋଲି କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories