ସୋନିଆଙ୍କ ଭୋଜିରେ ଯୋଗଦେବେନି ମମତା

0

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ମଙ୍ଗଳବାର କଂଗ୍ରେସ ନେତ୍ରୀ ତଥା ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧି ବିରୋଧୀଦଳ ନେତାଙ୍କ ପାଇଁ ଏକ ନୈଶଭୋଜିର ଆୟୋଜନ କରିଛନ୍ତି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଭୋଜିରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି। ତେବେ ଦଳୀୟ ନେତା ସୁଦୀପ ବନ୍ଦୋପାଧ୍ୟାୟ କିମ୍ବା ଡେରେକ୍‌ ଓ’ବ୍ରାଏନଙ୍କୁ ପ୍ରତିନିଧିଭାବେ ଉକ୍ତ ଭୋଜିକୁ ପଠାଇବାକୁ ମମତା ନିଷ୍ପତ୍ତି ନେଇଛନ୍ତି। ମମତା ଉକ୍ତ ଦିନ ଦାର୍ଜିଲିଂ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply