ଆହେ ନୀଳଶୈଳ ଭଜନ ଭୁଲଭାବେ ଗାଇ ବିବାଦରେ ସୋନା ମହାପାତ୍ର

0

ଭୁବନେଶ୍ୱର : ଓଡିଆ ବଲିଉଡ ଗାୟିକା ସୋନା ମହାପାତ୍ର ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି। ଗାୟିକା ସୋନା ମହାପ୍ରଭୁ ଜଗନ୍ନାଥ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଜଣାଣ ‘ଆହେ ନୀଳ ଶୈଳ…’କୁ ଭୁଲ ଭାବରେ ଗାଇଥିବା ଅଭିଯୋଗ ଆସିଛି। ସେ ଏହି ଗୀତରେ ଶବ୍ଦର ଉଚ୍ଚାରଣ ଭୁଲ କରିଥିବାର ଅଭିଯୋଗ ହୋଇଛି। ଯେପରିକି ସାଲବେଗକୁ ‘ସାଲେବେଗ’, ମତ୍ତକୁ ‘ମାତ୍ର’, ଚରଣକୁ ‘ଚରଣେ’, ଶ୍ରୀଅଙ୍ଗକୁ ‘ଛିରଙ୍ଗା’ ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣକୁ ଏପରି ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
ପୂର୍ବରୁ ଗାୟିକା ସୋନା ସମ୍ବଲପୁରୀ ଲୋକପ୍ରିୟ ଗୀତ ‘ରଙ୍ଗବତୀ’ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ।

kalyan agarbati
Leave A Reply