ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ତଳଗଡ ଗାଁରେ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ନୃଶଂସ ପୁଅ। ମୃତକ ବିପ୍ରବର ଭୋଇ ବୋଲି ଜଣାପଡିଛି। ସୂଚନା ମୂତାବକ ନୂଆଭୁଇଁ ଗାଁର ବଳରାମ ଭୋଈ ଏବଂ ବାପା ବିପ୍ରବର ଭୋଈ ଏକାଠି ରହୁଥିଲେ। ଶନିବାର କିଛି ଟଙ୍କାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବଳରାମ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା। ହତ୍ୟା କରିବା ପରେ ବଳରାମ ବାପାର ମୃତଦେହକୁ ଏକ ଚଦରରେ ଘୋଡାଇ ଫେରାର ହୋଇଯାଇଛି। ଆଜି( ରବିବାର) ସକାଳୁ କିଛି ସ୍ଥାନୀୟ ଲୋକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Popular Categories



