www.samajalive.in
Wednesday, December 10, 2025
15.1 C
Bhubaneswar

ରାତି ଭୋଜନରେ ଖାଆନ୍ତୁ ସାଧାରଣ ଖାଦ୍ୟ

ନିଜ ଖାଦ୍ୟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତୁ। ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ।
ରାତି ଭୋଜନରେ ସାଧାରଣ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
ଖାଦ୍ୟ ଖାଇବାର ୩୦ ମିନିଟ ପରେ ପାଣି ପିଅନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ।
ତମ୍ବାର ପାତ୍ରରେ ପାଣି ପିଇବା ଖୁବ ଲାଭଦାୟକ ଅଟେ। ତମ୍ବାରେ ବ୍ୟାକ୍ଟେରିଆ ମାନଙ୍କୁ ନଷ୍ଟ କରିବାର ଗୁଣ ରହିଛି। ଯାହା ଆମକୁ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ତମ୍ବା ପାତ୍ରରେ ଥିବା ପାଣି ପିଇଲେ ଯକୃତ ସୁସ୍ଥ ରହିଥାଏ। ତେଣୁ ନିୟମିତ ତମ୍ବା ପାତ୍ରରେ ପାଣି ପିଇବା ଉଚିତ।
ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
ଶୋଇବାର କିଛି ସମୟ ପୂର୍ବରୁ ଇଲୋଟ୍ରୋନିକ ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। ଏହା ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ। ରାତି ସମରେ ନିଶ୍ଚୟ ୮ ଘଣ୍ଟା ଶୁଅନ୍ତୁ। ଶରୀର ସୁସ୍ଥ ରହିବା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ।
ଆମେ ଦିନ ସମୟରେ ଅଧିକ ସମୟ ବସିଥାଉ। ମାତ୍ର ସିଧାଭାବେ ବସିବା ନିତ୍ୟାନ୍ତ ଜରୁରୀ। ନଚେତ ଶରୀରର ବିଭିନ୍ନ ଅଙ୍ଗ ବ୍ୟଥା ହେବା ସହ ମେରୁଦଣ୍ଡ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories