www.samajalive.in
Saturday, December 6, 2025
16.1 C
Bhubaneswar

ଜେଏନ୍‍ୟୁର କିଛି ଶକ୍ତି ଭାରତ ବିରୋଧରେ ଯୁଦ୍ଧ ଚଳାଇଛନ୍ତି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ)ର କେତେକ ଶକ୍ତି ଭାରତ ବିରୋଧରେ ଯୁଦ୍ଧ ଚଳାଇଛନ୍ତି ଓ ସେମାନଙ୍କୁ ଛାତ୍ର ସଂସଦର ନବନିର୍ବାଚିତ ପ୍ରତିନିଧିଙ୍କ ସହ ଦେଖିବାକୁ ମିଳିଛି ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭାରତୀୟ ମହିଳା ପ୍ରେସ୍‍ କ୍ଲବ୍‍ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ମଳା ଏହା କହିଥିଲେ। ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଜେଏନ୍‍ୟୁରେ ନୈରାଶ୍ୟଜନକ ଘଟଣାମାନ ଘଟୁଛି। ଜେଏନ୍‍ୟୁର କିଛି ଶକ୍ତି ଭାରତ ବିରୋଧରେ ଯୁଦ୍ଧ ଚଳାଇଛନ୍ତି ବୋଲି ପୁସ୍ତକ ବି କହୁଛି। ଜେଏନୟୁର ନେତୃତ୍ୱ ନେଉଥିବା ଛାତ୍ର ସଂସଦ ସଦସ୍ୟ ଏଭଳି ଶକ୍ତିଙ୍କ ସହ ଖୋଲାଖୋଲି ଭାବେ ମିଶୁଛନ୍ତି। ତେଣୁ ଏଭଳି ଲୋକଙ୍କୁ ଭାରତ ବିରୋଧୀ କହିବାକୁ ସଂକୋଚ ବୋଧ କରିବାର ଆବଶ୍ୟକତା ନାହିଁ।
ଉଲ୍ଲେଖ ଯେ ଦୁଇ ଦିନ ତଳେ ଜେଏନ୍‍ୟୁର ଛାତ୍ର ସଂସଦ ନିର୍ବାଚନରେ ଆରଏସ୍‍ଏସ୍‍, ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ସମର୍ଥିତ ଅଖିଳ ଭାତରୀୟ ଛାତ୍ର ସଂଘ (ଏଆଇଏସ୍‍ଏ) ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ପୂର୍ବରୁ ୨୦୧୬ ଫେବୃଆରୀ ୯ରେ ଆତଙ୍କବାଦୀ ଅଫଜଲ ଗୁରୁର ଫାଶି ଦଣ୍ଡାଦେଶକୁ ବିରୋଧ କରି ଜେଏନ୍‍ୟୁର କେତେକ ଛାତ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହାପରଠାରୁ ଜେଏନ୍‍ୟୁ ଚର୍ଚ୍ଚାରେ ରହି ଆସିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories