ନୂଆଦିଲ୍ଲୀ : ହିନ୍ଦୁ ରାଷ୍ଟ୍ରର ଅର୍ଥ ନୁହେଁ ଯେ ମୁସଲମାନଙ୍କ ପାଇଁ ସ୍ଥାନ ନାହିଁ। ହିନ୍ଦୁ ରାଷ୍ଟ୍ର ଅର୍ଥ ସମସ୍ତ ଧର୍ମ ଏବଂ ଆସ୍ଥାର ସମ୍ମିଳନ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନଭବନରେ ଆୟୋଜିତ ଆରଏସ୍ଏସ୍ର ତିନି ଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଉଦ୍ବୋଧନ ଦେଇ ଭାଗବତ କହିଥିଲେ ଯେ ସଂଘ ବିଶ୍ୱବ୍ୟାପୀ ଭ୍ରାତୃଭାବ ପାଇଁ କାର୍ଯ୍ୟ କରୁଥିବାବେଳେ ବିଭେଦତା ମଧ୍ୟରେ ଏକଦା ହିଁ ଭ୍ରାତୃଭାବର ମୂଳ ମନ୍ତ୍ର ରହିଛି। ଏହି ଚିନ୍ତାଧାରା ଆମ ସଂସ୍କୃତିରୁ ଆସିଛି, ଯାହାକୁ ବିଶ୍ୱ ହିନ୍ଦୁତ୍ୱ ବୋଲି ଡାକୁଛି। ହିନ୍ଦୁତ୍ୱ ବସୁଧୈବ କୁଟୁମ୍ବକମ ବା ସାରା ବିଶ୍ୱ ଏକ ପରିବାର ବୋଲି କହୁଛି। ତେଣୁ ଆମେ ହିନ୍ଦୁତ୍ୱ ରାଷ୍ଟ୍ର ଗଠନ ଉପରେ ଯୁକ୍ତି ବାଢୁଛୁ। ହିନ୍ଦୁତ୍ୱକୁ ଭାରତର ପ୍ରତିଶବ୍ଦ ଭାବେ ବ୍ୟବହାର କରାଯାଉଛି। ଏହାସହ ଭାଗବତ କହିଥିଲେ ଯେ ସଂଘ ‘ସର୍ବେ ସୁଖିନା! ସନ୍ତୁ’ ଉପରେ ବିଶ୍ୱାସ କରେ। ଏହା ଲୋକଙ୍କ ସବୁଠୁ ଅଧିକ ମଙ୍ଗଳକୁ ବ୍ୟକ୍ତ କରେ।
ଉଲ୍ଲେଖ ଯେ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆମେରିକା, ସିଙ୍ଗାପୁର, ଜର୍ମାନୀ, ଜାପାନ, ସର୍ବିଆ ଏବଂ ଅନ୍ୟ ଦେଶର ପ୍ରତିନିଧିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର, ଗିରିରାଜ ସିଂହ, ବିଜୟ ସାମପ୍ଲା, କେସି ତ୍ୟାଗୀ, ଅବସରପ୍ରାପ୍ତ ବିଚାରପତି, ସେନା କମାଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁ ରାଷ୍ଟ୍ରର ଅର୍ଥ ମୁସଲମାନଙ୍କୁ ଛାଡ଼ି ନୁହଁ : ମୋହନ ଭାଗବତ
Popular Categories



