www.samajalive.in
Sunday, December 14, 2025
19.1 C
Bhubaneswar

୩୮ ବର୍ଷ ପରେ ସିଆଚେନରେ ସହିଦଙ୍କ ଦେହାବଶେଷ ଉଦ୍ଧାର

ନୂଆଦିଲ୍ଲୀ: ପାକିସ୍ତାନ ସୀମାନ୍ତ ସିଆଚେନରେ ସହିଦ ହୋଇଥିବା ଲାନ୍ସ ନାଏକ ଚନ୍ଦ୍ରଶେଖରଙ୍କର ଦେହାବଶେଷକୁ ୩୮ ବର୍ଷ ପରେ ଉଦ୍ଧାର କରାଯାଇଛି। ୧୯୮୪ରେ ସିଆଚେନରେ ହୋଇଥିବା ଅପରେସନ ମେଘଦୂତରେ ଲାନ୍ସ ନାଏକ ଚନ୍ଦ୍ରଶେଖର ସାମିଲ ଥିଲେ। ମାତ୍ର ଏହି ଅପରେସନ ସମୟରେ ଚନ୍ଦ୍ରଶେଖର ନିଖୋଜ ହୋଇଯାଇଥିଲେ। ଅଗଷ୍ଟ ୧୩ (ଶନିବାର) ସିଆଚେନ ଗ୍ଲାସିୟରସ୍ଥିତ ଏକ ପୁରୁଣା ବଙ୍କରରୁ ଅସ୍ଥି କଙ୍କାଳ ଓ ସେନା ପକ୍ଷରୁ ସୈନିକମାନଙ୍କୁ ମିଳୁଥିବା ଏକ ଧାତବ ଚାଦରରେ ଖୋଦିତ ବ୍ୟାଚ ନମ୍ବର ପ୍ଲେଟ୍‌କୁ ଉଦ୍ଧାର କରାଯାଇଛି। ଉଦ୍ଧାର ନମ୍ବରରୁ ଚନ୍ଦ୍ରଶେଖରଙ୍କ ପରିଚୟ ମିଳିଛି।

ଚନ୍ଦ୍ରଶେଖରଙ୍କ ସନ୍ଧାନ ପରେ ସେନା ଓ ତାଙ୍କ ପରିବାର ସଦସ୍ୟଙ୍କ ଅପେକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରଶେଖରଙ୍କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସହିଦ ଚନ୍ଦ୍ରଶେଖରଙ୍କର ପତ୍ନୀ (୬୫) ଓ ଦୁଇ ଝିଅ ଅଛନ୍ତି। ମୃତାବଶେଷ ଉଦ୍ଧାର ପରେ ଚନ୍ଦ୍ରଶେଖରଙ୍କ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଚନ୍ଦ୍ରଶେଖରଙ୍କ ଘର ହେଉଛି ଉତ୍ତରାଖଣ୍ଡର ହଲଦୱାନି। ତାଙ୍କ ଦେହାବଶେଷକୁ ହଲଦୱାନି ପଠାଯିବା ଲାଗି ସେନା ପକ୍ଷରୁ ବ୍ୟବସ୍ଥା କରାଯାଇଛି।

- Advertisement -

ସମୁଦ୍ର ପତନ ଠାରୁ ୧୬, ୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ସିଆଚେନ ଗ୍ଲାସିୟରକୁ ଅକ୍ତିଆର ପାଇଁ ୧୯୮୪ ମେ ୨୯ ତାରିଖରେ ଅପରେସନ ହୋଇଥିଲା। ସେନାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଲାନ୍ସ ନାଏକ କୁମାଓଁ ରେଜିମେଣ୍ଟରେ ଥିଲେ। ଏହି ରେଜିମେଣ୍ଟର ଏକ ୧୮ ଜଣିଆ ଟିମ୍‌କୁ ୫୯୬୫ ପଏଣ୍ଟର ଦାୟିତ୍ବ ଦିଆଯାଇଥିଲା। ଏହି ପଏଣ୍ଟକୁ ଦଖଲ ନିମନ୍ତେ ପାକିସ୍ତାନ ନଜର ପକାଇଥିଲା। ପଏଣ୍ଟ ସୁରକ୍ଷା ନିମନ୍ତେ ଯାଇଥିବା ୧୮ଜଣିଆ ଟିମ୍ ସିଅାଚେନର ଏକ ବଙ୍କର ମଧ୍ୟରେ ରାତ୍ରିଯାପନ କରିଥିଲେ। ରାତିରେ ବରଫ ଅତଡା ଧସିବାରୁ ସମସ୍ତ ଯବାନ ନିଖୋଜ ହୋଇ ଯାଇଥିଲେ। ବରଫ ଅତଡା ମଧ୍ୟରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାତ୍ର ଅନ୍ୟ ୪ଜଣ ନିଖୋଜ ହୋଇଯାଇଥିଲେ। ସିଆଚେନରେ ନିଖୋଜ ସୈନ୍ୟଙ୍କ ଉଦ୍ଧାର ଦିଗରେ ଏଠାରେ ମୁତୟନ ଯବାନମାନେ ସର୍ବଦା ପ୍ରୟାସ ଜାରି ରଖିଥାନ୍ତି। ବିଶେଷ କରି ଗ୍ରୀଷ୍ମ ଋତୁରେ ବରଫ ତରଳିବା ସମୟରେ ସହିଦ ଯବାନଙ୍କ ସନ୍ଧାନ କରାଯାଇଥାଏ।

୧୯୮୪ରେ ହୋଇଥିବା ଅପରେସନ ମେଘଦୂତ ସେନାର ଏକ ଅନ୍ୟତମ ସଫଳ ରଣନୀତି ବୋଲି ବିବେଚନା କରାଯାଏ। ଏହି ଅପରେସନ ପରେ ଭାରତ ସିଆଚୀନକୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ଆଣିପାରିଛି। ପୂର୍ବରୁ ସିଆଚୀନର ସମସ୍ତ ଗୁରୁତ୍ବପୂର୍ଣ୍ଣ ପଏଣ୍ଟକୁ ଚୀନ ଓ ପାକିସ୍ତାନ ନିୟନ୍ତ୍ରଣ କରି ରଖିଥିଲେ। ଏବେ ଭାରତ ନିୟନ୍ତ୍ରଣରେ ସିଅାଚେନର ପୂର୍ବାଞ୍ଚଳର କାରାକୋରମ ରେଞ୍ଜ ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories