ନୂଆଦିଲ୍ଲୀ – ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସସରେ ସେ ‘ଜୟ ଅନୁସନ୍ଧାନଟର ବାର୍ତ୍ତା ଦେଇଛନ୍ତି ।
ଅମୃତ କାଳରେ ସେ ଦେଶବାସୀଙ୍କୁ ୫ଟି ପଣ କରିବା ପାଇଁ କହିଛନ୍ତି ।
ପ୍ରଥମ ପଣ – ବହୁତ ବଡ ସଙ୍କଳ୍ପ କରି ଚାଲିବା ପାଇଁ ପଡିବ , ପ୍ରଥମ ସଙ୍କଳ୍ପ ବିକଶିତ ଭାରତ
ଦ୍ୱିତୀୟ ପଣ – ଆମ ମନ ଭିତରେ ଗୋଲାମୀ ପାଇଁ ଥିବା ଅଂଶକୁ ସମୂଳ ନଷ୍ଟ କରିବା
ତୃତୀୟ ପଣ – ଆମକୁ ଆମର ପରମ୍ପରା ସଂସ୍କୃତି ଉପରେ ଗର୍ବ ହେବା ଦରକାର
ଚତୁର୍ଥ ପଣ – ଏକତା ଓ ଏକଜୁଟ ହେବା
ପଞ୍ଚମ ପଣ – ନାଗରିକର କର୍ତ୍ତବ୍ୟ
ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ୍ ନେହେରୁ, ସର୍ଦାର୍ ପଟେଲ, ଏସ୍.ପି. ମୁଖାର୍ଜୀ, ଲାଲ୍ ବାହାଦୁର ଶାସ୍ତ୍ରୀ, ଦୀନଦୟାଲ୍ ଉପାଧ୍ୟୟ, ଜେ.ପି. ନାରାୟଣ, ରାମମନୋହର ଲୋହିଆ, ବିନୋବା ଭାବେ, ନାନାଜୀ ଦେଶମୁଖ ଏବଂ ସୁବ୍ରମଣିୟମ୍ ଭାରତୀଙ୍କ ବଳିଦାନ ଏବଂ ସଂଘର୍ଷ କଥା ମୋଦୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।
ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍, ଆଶଫକ୍ୟୁଲ୍ଲା ଖାଁ, ରାମପ୍ରସାଦ ବିସ୍ମିଲ୍ ଇଂରେଜ ଶାସନକୁ ବିଚଳିତ କରିଦେଇଥିବା କଥା ଉଲ୍ଲେଖ କରିଥିଲେ ।
ଉଇ ଖାଇଲା ଭଳି ଦୁର୍ନୀତି ମୋ ଦେଶକୁ ଖାଇ ଯାଉଛି। ପରିବାରବାଦ ମଧ୍ୟ ସମସ୍ତଙ୍କଠାରୁ ସୁଯୋଗ ଛଡ଼ାଇ ନେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।
‘ଜୟ ଯବାନ୍, ଜୟ କିଷାନ୍’ ସ୍ଲୋଗାନ୍ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।



