www.samajalive.in
Monday, December 15, 2025
17.1 C
Bhubaneswar

ସୋହାର୍ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଆ ନବବର୍ଷ ଓ ବନ୍ଧୁମିଳନ

 

ସୋହାର(ଓମାନ): ସୁଦୂର ଓମାନର ସୋହାର୍ ସହରରେ ‘ସୋହାର ଓଡ଼ିଆ ସମାଜ’ ପକ୍ଷରୁ ଉତ୍କଳ ଦିବସ ଏବଂ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ମହା ବିଷୁବ ସଂକ୍ରାନ୍ତିରେ ବିଦେଶରେ ରହୁଥିବା ଅନେକ ଓଡ଼ିଆ ଉତ୍କଳ ଦିବସ ଓ ବନ୍ଧୁ ମିଳନର ଆୟୋଜନ କରିଥିଲେ । ବିଦେଶରେ ରହି ମଧ୍ୟ ସେମାନେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ନ ଭୁଲି ଓଡ଼ିଆ ନବବର୍ଷ ପାଳନ କରିଥିଲେ। ଜଗନ୍ନାଥଷ୍ଟକମ୍ ସହିତ, ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ ଏବଂ କୁନି କୁନି କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳ ଦିବସ ପାଳନ କରାଯାଥିଲା।

- Advertisement -

କାର୍ଯ୍ୟକ୍ରମ ଆରମ୍ଭରେ ଗତିପନ ଦାଶଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭଜନ ପରିବେଷଶ କରିଥିଲେ କୃଷ୍ଣ ପ୍ରସାଦ ରଥ। ସୀତାକାନ୍ତ ବେରିହାଙ୍କ ଓଡିଶା ସମ୍ପର୍କିତ ଏକ ଜ୍ଞାନବର୍ଦ୍ଧକ ଭିଡିଓ ପରେ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଶ କରିଥିଲେ ଗାୟତ୍ରୀ, ମିଲି , ପିଙ୍କି, ଆସ୍ଥା, ବିନ୍ଦୁ, ରଶ୍ମି, ପ୍ରତିଭା, ଚୁମକି ଏବଂ ମିନାକ୍ଷୀ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତମ୍ ସଙ୍ଗୀତ ରେ ପରୀ, ଅର୍ଣ୍ଣବ, ଆରାଧ୍ୟା, ଦେବ, ଆଲ୍ଫା, ରାନୀ ଓ ଦିଶା ନୃତ୍ୟ ପରିବେଷଣ କରିଥିଲେ । ସେହିପରି ପିହୁ ଓ ପାପୁଲ, ଶୈଳୀ ଓ ଶ୍ରୁତି, ମେଘନା ଓ ପୂର୍ବଶୀ ମଞ୍ଚରେ ଯୁଗଳ ନୃତ୍ୟର ଯାଦୁରେ ସମସ୍ତଙ୍କ ମନ ଜିଣି ନେଇଥିଲେ । ସେହିପରି ରଘୁନାଥ ପ୍ରସାଦ ରଥ, ଶ୍ରଦ୍ଧା ରଥ, କୃଷ୍ଣ ପ୍ରସାଦ ରଥ, ମିନାକ୍ଷୀ ଶତପଥୀ, ପୂର୍ବଶୀ ରେଡ୍ଡୀ ଓ ର୍ଜ୍ୟୋତିର୍ମୟ ଦେ’ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ସ୍ଵର୍ଗତ ବାସୁଦେବ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଙ୍ଗୀତ ପରିବେଷଣ କରିଥିଲେ ରଘୁନାଥ ପ୍ରସାଦ ରଥ ।

ପ୍ରଣତୀ ଷଡଙ୍ଗୀଙ୍କ ସଂଯୋଜନାରେ ଓଡ଼ିଶା ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ – ‘ଓଡିଶା ମୋ ଓଡିଶା‘ ଗୀତ ପରିବେଷଣ କରିଥିଲେ ଓଡ଼ିଆ ଦମ୍ପତ୍ତି ବିରଞ୍ଚି ନାରାୟଣ ଦାଶ ଓ ବିନ୍ଦୁସ୍ମିତା ଶତପଥୀ । ଓଡିଶା ସମ୍ପର୍କରେ ସ୍ଵରଚିତ କବିତା ପାଠ କରିଥିଲେ ସୁଶ୍ରୀ ପ୍ରଧାନ । ସେହିପରି ସଂଜୟ ପଣ୍ଡା ଓ ଶୌର୍ୟା ବେହେରାଙ୍କ ସହଯୋଗରେ କ୍ଷୁଦ୍ର ନାଟିକା ପରିବେଷଶ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରେଖା ଓଝା ଓ ଅମିତା ସାହୁଙ୍କ ଓଡ଼ିଆ ସିନେମା ଗୀତରେ ଯୁଗଳ ନୃତ୍ୟ ବେଶ ମନଛୁଆଁ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସୋହାର୍ ଓଡ଼ିଆ ୟଂଗୀସ୍ଥାନ୍ ଯୁବକ(ନିର୍ମଳ ବେହେରା , ଉମେଶ ପାଣିଗ୍ରାହୀ , ସମ୍ବିତ୍ ପ୍ରଧାନ, ବିଷ୍ନୁ ପ୍ରସାଦ ନାୟକ, ବିରଞ୍ଚି ନାରାୟଣ ଦାଶ , ସମର ପାତ୍ର, ସୀତାକାନ୍ତ ବେରିହା ଏବଂ ସଞ୍ଜୟ ପଣ୍ଡା)ଙ୍କ ଦ୍ୱାରା ପରିବେଷିତ ଦେଶପ୍ରେମ ମାଇମ୍ । ଶେଷରେ ଅନ୍ତାକ୍ଷରୀ ସମସ୍ତଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା ।

ସୋହାର ଓଡ଼ିଆ ସମାଜ ତଥା କାର୍ଯ୍ୟକ୍ରମର ଆୟୋଜକ ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ପ୍ରଣତି ଷଢଙ୍ଗୀ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ବିଷ୍ଣୁ ପ୍ରସାଦ ନାୟକ, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀ ପ୍ରମୁଖ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories