ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଇବାବେଳେ ବୁଡି ଗଲେ ଦୁଇ ଭାଇ। ସୂଚନା ଅନୁଯାୟୀ ଦୁଇ ଭାଇ ଦେବାଶିଷ ମାକର ଏବଂ ଚିତ୍ତ ମାକର ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିଲେ । ପ୍ରଥମେ ଦେବାଶିଷ ପାଣିରେ ବୁଡି ଯାଉଥିବା ଦେଖି ବଡ଼ଭାଇ ଚିତ୍ତ ମାକର ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ପରେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ଆଜି ସକାଳୁ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଛେଦ କରାଯାଇଥିବାବେଳେ ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି।
Popular Categories



