ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜ୍ ଦୁଇ ଟିକିଆ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିଲା ଭରତ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ କୁ ୧୬୨ରନରେ ଅଲଆଉଟ୍ କରିବା ପରେ ୨ୟ ପାଳିରେ ୧୪୬ରନରେ ଅଲଆଉଟ କରିଥିଲା । ଭାରତ ଏହାର ପ୍ରଥମ ପାଳି ୪୪୮ ରନରେ ଘୋଷଣା କରି ୨୮୬ ରନରେ ଆଗୁଆ ରହିଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ କୁ ଇସିଂସ ଓ ୧୪୦ ରନରେ ହରାଇଲା ଭାରତୀୟ ଟିମ୍ । ଏହି ମ୍ୟାଚରେ ହିରୋ ସାଜିଛନ୍ତି ରବିନ୍ଦ୍ର ଜାଡେଜା । ପ୍ରଥମେ ଶତକ ହାସଲ ପରେ ୪ଟି ୱିକେଟ ନେଇଥିଲେ ଜାଡେଜା ।
ଏହି ଟେଷ୍ଟରେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। କେ.ଏଲ୍. ରାହୁଲ, ଧ୍ରୂବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ।



