ମନ୍ଦିରରୁ ନାଗସାପ ଉଦ୍ଧାର

0

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିରରେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶନିବାର ପୂର୍ବାହ୍ନରେ ରଥ ନିର୍ମାଣ ପାଇଁ କାରିଗରମାନେ କାରଖାନାରୁ କାଠ କାଢୁଥିବା ସମୟରେ ଏକ ୫ଫୁଟ ଲମ୍ବର ନାଗସାପ ଦେଖିଥିଲେ। ଖବରପାଇ ସ୍ଥାନୀୟ ଗୟାଧର ବେହେରା ନାମକ ଯୁବକ ଏହି ସର୍ପକୁ ଉଦ୍ଧାର କରି ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ପରେ ତାହାକୁ ସ୍ବର୍ଣ୍ଣଚୂଡ ପାହାଡରେ ଛଡାଯାଇଛି। ତେବେ ରଥ କାରଖାନାରେ ନାଗ ଆବିର୍ଭାବ ହେବା ଘଟଣା ଅଲୌକିକ ବୋଲି ବହୁ ଶ୍ରଦ୍ଧାଳୁ ମତ ଦେଇଛନ୍ତି।

Leave A Reply