କେନ୍ଦ୍ରାପଡା: ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡା ଚକ୍ରଡାରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଚକ୍ରଡା ନାରିଲୋ ଗ୍ରାମର ରଞ୍ଜିତ ସ୍ୱାଇଁଙ୍କ ଘର ନିକଟରେ ମଙ୍ଗଳବାର ଦିନ ସ୍ଥାନୀୟ ଲୋକେ କିଛି ନାଗ ଖେଳୁଥିବାର ଦେଖିବାକୁ ପାଇଥିଲେ। ନାଗ ସାପ ସମ୍ପର୍କରେ ଲୋକମାନେ ରଞ୍ଜିତଙ୍କୁ ଜଣାଇଥିଲେ। ଏହାପରେ ସେ ସାପ ଧରାଳି ପ୍ରଫୁଲ୍ଳ ସ୍ୱାଇଁଙ୍କୁ ଖବର ଦେଇଥିଲେ। ବୁଧୁବାର ସକାଳୁ ସାପ ଧରାଳି ରଞ୍ଜିତଙ୍କ ଘରକୁ ଯାଇ ୨୦ଟି ନାଗସାପ ଉଦ୍ଧାର କରିଥିଲେ। ଅଧିକ ସାପ ଥିବା ଆଶଙ୍କାରେ ଘରର କାନ୍ଥ ଖୋଳା ଯାଇ ସାପ ଖୋଜାଯାଉଛି।
ପୂର୍ବରୁ ଭଦ୍ରକର ଧାମନଗରରୁ ୧୦୦ରୁ ଅଧିକ ନାଗ ସାପ ଓ ଛୁଆ ଉଦ୍ଧାର ହୋଇଥିଲେ।
ଭଦ୍ରକ ପରେ କେନ୍ଦ୍ରାପଡାରୁ ନାଗ ସାପ ଉଦ୍ଧାର
Popular Categories



