ସାପ କାମୁଡିବା ପରେ ଝଡାଫୁଙ୍କା ଯୋଗୁଁ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ

ମୋହନା : ସାପ କାମୁଡିବା ପରେ ମେଡିକାଲ ନନେଇ ଝଡାଫୁଙ୍କା କରିବା ଯୋଗୁଁ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଛି । ଅଡବା ଥାନା ଘୋଡାପଙ୍କ ଗାଁରେ ଘଟିଛି ଏମିତି ଘଟଣା । ଅନ୍ଧବିଶ୍ବାସର କରୁଣ ପରିଣତି ସ୍ବରୂପ ଜଣଙ୍କ ଜୀବନ ଚାଲିଯାଇଛି । ଗତ ରାତିରେ ସାପ କାମୁଡିବାରୁ ମହିଳାଜଣକ ଗୁରୁତର ହୋଇଥିଲେ । ତାଙ୍କୁ  ମେଡିକାଲ ନନେଇ ଝଡାଫୁଙ୍କା କରିଥିଲେ ପରିବାର ଲୋକେ । ତେବେ ଧିରେ ଧିରେ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.