ଯାତ୍ରା ଚାଲିଥିବାବେଳେ ମଞ୍ଚକୁ ଚୌକି ଫୋପାଡିଲେ ଦର୍ଶକ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଅନ୍ତର୍ଗତ ଦାମାହୁଦାଠାରେ କଳିଙ୍ଗ କନ୍ୟା ଗଣନାଟ୍ୟ ୫ ଦିନ ପାଇଁ ଯାତ୍ରା ପରିବେଷଣ କରିବା ପାଇଁ ଦାମାହୁଦା କମିଟି ତରଫରୁ ଅଣାଯାଇଥିଲା। ସୂଚନା ଅନୁଯାୟୀ ଗତକାଲି ରବିବାର ରାତିରେ ଯାତ୍ରାର ଶେଷ ରାତ୍ରିର ନାଟକରେ  କମିଟି ତରଫରୁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଅଣାଯାଇଥିଲା। ଲୋକମାନେ ବି ଯାତ୍ରା ଦେଖିବା ସହ ନିଶା ମହାରଣାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥିଲେ ।  କିନ୍ତୁ ନିଶା ମହାରଣା ଆସିବାରେ ଡେରି ହୋଇଯିବାରୁ ଦର୍ଶକମାନେ ରାଗରେ ଯାତ୍ରା ମଞ୍ଚ ଉପରକୁ ନିଜ ନିଜର ଚୌକି ଫୋପାଡିଥିଲେ। ଏହା ଦେଖି ଯାତ୍ରା କମିଟିର ଲୋକମାନେ ଦର୍ଶକ ମାନଙ୍କୁ ବୁଝାସୁଝା କରିବା ପରେ ମଞ୍ଚକୁ ଆସି ନିଶା ମହାରଣା ତାଙ୍କର ଅଭିନୟ କରିଥିବା ସୂଚନା ମିଳିଛି।

ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରି ଅଡୁଆରେ ଯାତ୍ରା କଳାକାର

Comments are closed.