www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମୁକ୍ତାପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଯୁବକ.. ଅଟକାଇବାକୁ ଯାଇ ସିକ୍ୟୁରିଟୀ ଗାର୍ଡ ଆହତ..

ନାବାଳିକା ଦୁଷ୍କର୍ମ ମାମଲା.. ୬୧ ବର୍ଷିୟ ଦୋଷୀକୁ ୨୦ ବର୍ଷ ଜେଲ୍.. ଦୋଷୀ ଦେବରାଜ ଦିଗାଲକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ ଅଦାଲତ..

- Advertisement -

ଆଇସିଏମଆରର ଚିନ୍ତାଜନକ ରିପୋର୍ଟ.. ୟୁଟିଆଇ, ଟାଇଫଏଡ ଓ ନିମୋନିଆ ଉପରେ କାମ କରୁନି ଆଣ୍ଟିବାୟୋଟିକ..

କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା.. ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ..

ପାଲଟା ଆକ୍ରମଣ କଲା ଇସ୍ରାଏଲ.. ହେଜବୁଲ୍ଲା ଉପରେ ୧୦୦ରୁ ଅଧିକ ରକେଟ ମାଡ଼..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଆତିଶୀ.. ଖାଲି ରହିଲା କେଜ୍ରିଓ୍ବାଲଙ୍କ ଆସନ..

ଚୌଦ୍ୱାର ବିରୂପା ବ୍ୟାରେଜକୁ ଡେଇଁ ଯୁବକ ନିଖୋଜ.. ଖୋଜାଖୋଜି ଜାରି..

କଟକରେ ନକଲି କ୍ଷୀର କମ୍ପାନୀରେ ଚଢାଉ.. ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ଚଢାଉ.. କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ କ୍ଷୀର ଜବତ..

ଓସ୍କାର ୨୦୨୫ ଦୌଡ଼ରେ ସାମିଲ ହେଲା କିରଣ ରାଓ ନିର୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’..

ଭରତପୁର ଥାନାରେ ନୂଆ ଆଇଆଇସି ଭାବେ ଯୋଗଦେଲେ ଦୀପକ ଖଣ୍ଡାୟତରାୟ, କାର୍ଯ୍ୟରେ ଯୋଗଦେବା ପରେ ଥାନାରେ କଲେ ପୂଜାପାଠ.. କହିଲେ ଏତଲାକାରୀଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦିଆଯିବ..

ବିଶିଷ୍ଟ ନାଟ୍ୟକାର ତଥା କବି ହରିହର ମିଶ୍ରଙ୍କ ପରଲୋକ.. ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ୮୫ବର୍ଷ ବୟସରେ ପରଲୋକ..

ଭରତପୁର ଘଟଣାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା.. ମେଜର, ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ବାରଣ.. ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ.. ହାଇକୋର୍ଟଙ୍କ ତଦନ୍ତ ଅନୁଧ୍ୟାନର ଆବଶ୍ୟକତା ନାହିଁ କହିଲେ କୋର୍ଟ.. ସରକାରଙ୍କ ପଦକ୍ଷେପକୁ କଲେ ପ୍ରଶଂସା..

ସମସ୍ତ ଥାନାରେ ସିସିଟିଭି ଅଛି କି ନାହିଁ ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ.. ଯଦି ସବୁ ଥାନାରେ ସିସିଟିଭି ନାହିଁ, କେବେ ସୁଦ୍ଧା ଲଗାଯିବ ପଚାରିଲେ ପ୍ରଶ୍ନ..

ଆନ୍ଦୋଳନ ଡାକରା ପ୍ରତ୍ୟାହାର କଲା ବିଜେଡି.. ଆସନ୍ତାକାଲି ହେବାକୁ ଥିବା ବିଜେଡିର ଆନ୍ଦୋଳନ ପ୍ରତ୍ୟାହୃତ.. ଭରତପୁର ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନ ପ୍ରତ୍ୟାହୃତ..

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି.. ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ଡାଉନଲୋଡ କରିବା ଏବଂ ଦେଖିବା ଅପରାଧ, ପୋକ୍ସୋ ଆଇନ ଅନୁସାରେ ହେବ ମାମଲା..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories