www.samajalive.in
Wednesday, November 19, 2025
29.1 C
Bhubaneswar

ଡମଣା ଦୁର୍ଗାପୂଜା; ଶୋଭା ପାଇବ ଦୁବାଇର ମିରାକିଲ୍‌‌ ଗାର୍ଡେନ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ପୂଜା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଚଳିତ ବର୍ଷ ଏଠାରେ ଶୋଭା ପାଇବ ଦୁବାଇର ମିରାକିଲ ଗାର୍ଡେନ ତୋରଣ। ଏହାର ଉଚ୍ଚତା ୮୦ଫୁଟ ଏବଂ ଚଉଡା ୧୨୦ ଫୁଟ ରହିବ ବୋଲି ସୂଚନା ମିଳିଛି। ଏହାକୁ ନିର୍ମାଣ କରିବା ପାଇଁ ପଶ୍ଚିମବଙ୍ଗର ୨୫ଜଣ କାରିଗର ପ୍ରାୟ ଏକ ମାସ ଧରି କାର୍ଯ୍ୟରେ ଲାଗିଛନ୍ତି। ତୋରଣ ନିର୍ମାଣରେ ୨୨ଲକ୍ଷ ଟଙ୍କ ବ୍ୟୟ ଅଟକଳ ରହିଛି। ମଣ୍ଡପଠାରୁ ପ୍ରାୟ ୧କି.ମି ଅଞ୍ଚଳ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସିବ। ୪ଟି ଲାଇଟ୍‌‌ ଗେଟ୍‌‌ କରାଯିବ। ପୁରୁଣା ଭୁବନେଶ୍ୱର ବଢେଇବାଙ୍କର ମୁଖ୍ୟ କାରିଗର ଅରବିନ୍ଦ ମହାପାତ୍ରଙ୍କ ସହ ୮ଜଣ କାରିଗରଙ୍କୁ ନେଇ ୧୮ଫୁଟ ଉଚ୍ଚତାର ମାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ୨୦ଫୁଟ ଉଚ୍ଚତା ଓ ୧୭ଫୁଟ ଚଉଡାରେ ସୁନେଲି ରଙ୍ଗର ମେଢ ନିର୍ମିତ ହେବ, ଏହାସହିତ ୫୦ଫୁଟ ଉଚ୍ଚ ରାବଣର ପ୍ରତିମୂର୍ତ୍ତି କରାଯାଇ ରାବଣ ପୋଡି ହେବାର କାର୍ଯ୍ୟକ୍ରମ ରହିଛି।
ଷଷ୍ଠୀଦିନରୁ ମାଙ୍କ ପୂଜା ଆରମ୍ଭ ହେବାକୁ ଥିବାରୁ ମଣ୍ଡପରେ ସେଦିନଠୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ମଣ୍ଡପରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ କମିଟି ଗୁରୁତ୍ୱ ଦେବା ସହ ଦିବ୍ୟାଙ୍ଗ ଓ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ମଣ୍ଡପରେ ପ୍ରାୟ ୨୦୦ ସ୍ୱେଚ୍ଛାସେବୀ, ୧୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ସହ ୧୦ସିସିଟିଭ କ୍ୟାମେରା, ୬ଟି ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories