www.samajalive.in
Friday, December 5, 2025
27.1 C
Bhubaneswar

ଏଏନଏମଙ୍କୁ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡା କେ.ନୂଆଗାଁ ଥାନା କୁଡୁତୁଲିରେ ଚାଞ୍ଚଲ୍ୟ। ଏଏନଏମଙ୍କୁ ଆକ୍ରମଣ ପରେ ଆତ୍ମହତ୍ୟା କରିଛନ୍ତି ପୁରୁଷବନ୍ଧୁ। ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ପୁରୁଷ ବନ୍ଧୁ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ଅଞ୍ଚଳର ଜଗନ୍ନାଥ ବେହେରା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଊର୍ଦ୍ଧ୍ବାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଘଟଣାରେ ଏଏନଏମ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଏନଏମ ଜଣଙ୍କ ବିବାହିତା। ଗତ ୫ବର୍ଷ ଜଗନ୍ନାଥ ଏଏନଏମଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। ରବିବାର ଜଗନ୍ନାଥ ଏଏନଏମଙ୍କ କ୍ୱାର୍ଟର୍ସକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଜଗନ୍ନାଥ। ତେବେ ଗ୍ରାମବାସୀମାନେ ଏଏନଏମଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେପଟେ ପୁରୁଷ ବନ୍ଧୁ ଜଣଙ୍କ କିନ୍ତୁ ଏଏନଏମଙ୍କ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜୋରଦାର କରିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories