www.samajalive.in
Monday, December 8, 2025
14.1 C
Bhubaneswar

ସାପକୁ ମାରିବା ପଡିଲା ମହଙ୍ଗା ; ଜଳିଗଲା ୧୩ କୋଟିର ଘର

ୱାଶିଂଟନ : ଆମେରିକାରେ ଏଭଳି ଏକ ଘଟଣା ଘଟିଛି , ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜଣେ ବ୍ୟକ୍ତି ତାଙ୍କ ଘରେ ପଶିଥିବା ଏକ ସାପକୁ ମାରିବା ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ପ୍ରମାଣିତ ହୋଇଥିଲା । ସାପକୁ ମାରିବା ପାଇଁ ସେ ଏପରି କାର୍ୟ୍ୟ କରିଥିଲେ ଯେ , କିଛି ସମୟ ମଧ୍ୟରେ ତାଙ୍କ ଘରଟି ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା। ସେ ପ୍ରାୟ ୧୩ କୋଟି ଟଙ୍କା ସମ୍ପତ୍ତି ହରାଇଥିଲେ।
ଘଟଣାକ୍ରମେ, ବ୍ୟକ୍ତି ଜଣକ ଘରର କୋଣରେ ଏକ ବିଷାକ୍ତ ସାପ ଦେଖିବା ମାତ୍ରେ ସେ ତାଙ୍କୁ ମାରିବାକୁ ଯୋଜନା କରିଥିଲେ । ଏଥିପାଇଁ ସେ ଜଳୁଥିବା କୋଇଲା ଖଣ୍ଡକୁ ସାପ ଆଡକୁ ଫିଙ୍ଗିଦେଲେ । ତେବେ ଏହି କାରଣରୁ ସାପର ମୃତ୍ୟୁ ଘଟିଛି କି ନାହିଁ ତାହା ଜଣା ପଡି ନାହିଁ, କିନ୍ତୁ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଘର ଜଳିଯାଇଛି।
ରିପୋର୍ଟ ଅନୁଯାୟୀ, ଏହି ମାମଲା ମେରିଲ୍ୟାଣ୍ଡର ଅଟେ। ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ଘରେ ଏକ ସାପ ଦେଖି ଥିଲେ । ଏହି ସାପକୁ ମାରିବା ପାଇଁ ସେ ଘରର ଅଗଣାରେ ଥିବା ଜଳନ୍ତା କୋଇଲାକୁ ଉଠାଇ ନେଇଥିଲେ। କିନ୍ତୁ ଏହା ତାଙ୍କର ସବୁଠାରୁ ବଡ ଭୁଲ ବୋଲି ପ୍ରମାଣିତ ହେଲା।
ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ନଭେମ୍ବର ୨୩ର ଏହି ଘଟଣା। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୭୫ ଅଗ୍ନିଶମ କର୍ମଚାରୀଙ୍କୁ ପଠାଯାଇଥିଲା। ବହୁ ଚେଷ୍ଟା ପରେ ଘରେ ନିଆଁକୁ ଆୟତ୍ତ କରାଯାଇଥିଲା।
୧୦,୦୦୦ ବର୍ଗଫୁଟ ଉକ୍ତ ବ୍ୟକ୍ତି ଙ୍କ ଘର। ଘରେ ଦେଖାଯାଇଥିବା ସାପଟିକୁ ସେ ମାରିବା ପାଇଁ ଜଳୁଥିବା କୋଇଲାକୁ ବ୍ୟବହାର କରିବା ଖୁବ ମହଙ୍ଗା ପଡିଥିଲା। ସାପକୁ ମାରିବା ପରିବର୍ତ୍ତେ ଘରେ ନିଆଁ ଲଗାଇବାର କାରଣ ହୋଇଗଲା । ଘରେ ନିଆଁ ଲାଗିବା ପରେ ପରିବାର ସଦସ୍ୟ ବାହାରକୁ ଆସିଥିଲେ। ଘରର ତଳ ମହଲାରୁ ନିଆଁ ପ୍ରଥମେ ଲାଗି ଏହାପରେ ନିଆଁ ଧୀରେ ଧୀରେ ସାରା ଘରେ ବ୍ୟାପିଗଲା ।
ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆମକୁ କିଛି ଘଣ୍ଟା ଲାଗିଥିଲା, କିନ୍ତୁ ପରଦିନ ସକାଳ ପର୍ୟ୍ୟନ୍ତ ଏହା ସମ୍ପୂର୍ଣ୍ଣ ଲିଭିନଥିଲା। ନିକଟରେ ବ୍ୟକ୍ତି ଜଣଙ୍କ ଏହି ଘରକୁ ୧.୮ ମିଲିୟନ୍ ଡଲାରରେ (୧୩ କୋଟିରୁ ଅଧିକ)ଟଙ୍କାରେ କିଣିଛନ୍ତି। ଏହିପରି ଭାବରେ, ସାପକୁ ହତ୍ୟା କରିବା ଘଟଣାରେ ବ୍ୟକ୍ତି ଜଣକ ୧୩ କୋଟି କ୍ଷତି ହୋଇଛି ବୋଲି ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories