www.samajalive.in
Sunday, December 7, 2025
14.1 C
Bhubaneswar

ସ୍ମିତାରାଣୀ ମୃତ୍ୟୁ ମାମଲା; ମହିଳା କମିଶନ ଅଧ୍ୟକ୍ଷା ଓ ଏସପିଙ୍କ ବହିଷ୍କାର ଦାବି କଲେ ବିରୋଧୀ

ଭୁବନେଶ୍ୱର: ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଥମିବାର ନାମ  ନେଉ ନାହିଁ। ବିରୋଧୀ ଦଳର ନେତା ଓ ନେତ୍ରୀମାନେ ବାରମ୍ବାର ସ୍ମିତାରାଣୀଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ବିଜେପି ନେତା ପ୍ରଦୀପ୍ତ ନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ମହିଳା କମିଶନ ଅଧ୍ୟକ୍ଷା ଓ ଯାଜପୁର ଏସପିଙ୍କ ବହିଷ୍କାର ଦାବି କରିଛନ୍ତି।

ସେ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଜଣାପଡ଼ୁଛି। ମହିଳା କମିଶନ ଅଧ୍ୟକ୍ଷା ଘଟଣାସ୍ଥଳକୁ ଗଲେ କିନ୍ତୁ ମୃତକଙ୍କ ପରିବାରକୁ ଭେଟିଲେ ନାହିଁ। ପୁଲିସ ଅଭିଯୁକ୍ତର ବୟାନ ଆଧାରରେ ତଦନ୍ତ ସାରିଦେଲା। ଅଭିଯୁକ୍ତ ରୂପେଶ ଭଦ୍ର କଥାରେ ଏସପି ସ୍ମିତାଙ୍କ ଚରିତ୍ର ସଂହାର କରିଛନ୍ତି। ତେଣୁ ମହିଳା କମିଶନ ଅଧ୍ୟକ୍ଷା ଓ ଯାଜପୁର ଏସପିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ଉଭୟଙ୍କୁ ବହିଷ୍କାର କରାଯାଉ ବୋଲି ପ୍ରଦୀପ୍ତ ନାୟକ ଦାବି କରିଛନ୍ତି।

- Advertisement -

୨୦୧୮ ମସିହା ମାର୍ଚ୍ଚ ୨୭ରେ ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ଭଙ୍ଗାଯାଇଥିବା ଆରଆଇ ରିପୋର୍ଟ କରିଛନ୍ତି। କିନ୍ତୁ ଏଯାଏଁ ଭଙ୍ଗା ନଯାଇ କେମିତି ମିଛ ରିପୋର୍ଟ ହୋଇଛି, ତାହାର ତଦନ୍ତ ହେଉ। ସିବିଆଇ ତଦନ୍ତ ପାଇଁ ସୁପାରିଶ ନ ହେଲେ ବିଧାନସଭା ଅଚଳ ହେବ ବୋଲି ପ୍ରଦୀପ୍ତ ନାୟକ ଚେତାବନୀ ଦେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories