www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ବର ସବୁଠୁ ଛୋଟ ଜେଲ୍ ସାର୍କ ଜେଲ୍, ଏବେ ପାଲଟିଛି ପର୍ଯ୍ୟଟକଙ୍କ ପ୍ରିୟ ଫଟୋ ଉଠାସ୍ଥାନ

ଇଂଲଣ୍ଡ-ଫ୍ରାନ୍ସ ମଧ୍ୟଭାଗରେ ଥିବା ସାର୍କ ଦ୍ବୀପରେ ବିଶ୍ବର ସବୁଠୁ ଛୋଟ ଜେଲ୍ ରହିଛି। ଦ୍ବୀପ ନାମାନୁସାରେ ଜେଲ୍‌ର ନାମ ‘ସାର୍କ ଜେଲ୍’ ରଖାଯାଇଥିଲା, ୧୮୪୧ରେ ନିର୍ମିତ ହୋଇଥିବା ଏଇ ଜେଲ୍‌ ପ୍ରଥମେ ବାଳିକା ବିଦ୍ୟାଳୟ ଭାବେ ଶୁଭାରମ୍ଭ ହୋଇଥିଲା। ତତ୍କାଳୀନ ପ୍ରଶାସନର ଏଭଳି ପଦକ୍ଷେପ ପ୍ରଶଂସାଯୋଗ୍ୟ ହୋଇଥିବାବେଳେ ବିଦ୍ୟାଳୟର ଆଭ୍ୟନ୍ତରୀଣ କକ୍ଷ ଦେଖି ଅନୁମାନ କରିହେବ, କେତେଜଣ ଝିଅ ପାଠ ପଢ଼ିବାକୁ ଆସୁଥିଲେ ? ଅଧିକାଂଶ ରକ୍ଷଣଶୀଳ ପରିବାର ଏଇ ଦ୍ବୀପରେ ରହୁଥିବାରୁ ସେମାନେ ନିଜ ଝିଅଙ୍କୁ ପାଠ ପଢ଼ାଇବାକୁ ଅମଙ୍ଗ ହୋଇଥିଲେ। ସେତେବେଳେ ପ୍ରଶାସନ ବିଭିନ୍ନ ଉପାୟରେ ବୁଝାଇବାକୁ ଯାଇ ବିଫଳ ମଧ୍ୟ ହେଲା। ବିଦ୍ୟାଳୟ ପାଇଁ ତିଆରି ହୋଇଥିବା ଏଇ ଗୃହକୁ ୧୮୫୬ରେ ଜେଲ୍‌ କରାଯିବାର ନିଷ୍ପତ୍ତି ନିଆଗଲା। ଏଇ ଛୋଟ ଜେଲ୍‌ରେ ଅତିବେଶୀରେ ୨ଜଣ ରହିବାର ବନ୍ଦୋବସ୍ତ ଅଛି, ଇଂଲଣ୍ଡର କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏହି ସାର୍କ ଜେଲ୍‌ରେ ରଖାଯାଇଥିଲା। ବିଶ୍ବର ସବୁଠୁ ଛୋଟ ଜେଲ୍ ଭାବେ ଜଣାଯାଉଥିବା ସାର୍କ ଜେଲ୍‌ ଏବେ ପର୍ୟ୍ୟନ୍ତ କାର୍ଯ୍ୟକ୍ଷମ ଅଛି, ଗତ କିଛି ବର୍ଷ ହେବ ପର୍ଯ୍ୟଟକଙ୍କ ପ୍ରିୟ ଫଟୋ ଉଠା ସ୍ଥାନ ଭାବେ ଏହାର ଲୋକପ୍ରିୟତା ବଢ଼ିଛି। ଶେଷଥର ୧୯୯୦ରେ ଏଇ ଜେଲ୍‌ରେ ଜଣେ ଅପରାଧୀଙ୍କୁ ବନ୍ଦୀ ଭାବେ ରଖାଯିବା ସହ ୨ଜଣ ପୁଲିସ୍‌ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ସୋସିଆଲ୍‌ ସାଇଟ୍‌ରେ ଗତ କିଛି ବର୍ଷ ହେଲା, ବିଶ୍ବର ଏଇ ଛୋଟ ଜେଲ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories