www.samajalive.in
Saturday, December 6, 2025
23.1 C
Bhubaneswar

ଶତପ୍ରତିଶତ ଫିଟ୍‌ ନ ଥିଲେ ମଧ୍ୟ ତୃତୀୟ ଟେଷ୍ଟରେ​‌ ଖେଳିବେ ୱାର୍ଣ୍ଣର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ତାରକା ଓପନର୍‌ ଡେଭିଡ୍‌ ୱାର୍ଣ୍ଣର ଖେଳିବା ନିଶ୍ଚିତ ବୋଲି ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ଦଳର ସହକାରୀ ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍‌ଡ। ଆଘାତଜନିତ କାରଣରୁ ୱାର୍ଣ୍ଣର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଖେଳିନଥିଲେ। ସିରିଜ୍‌ର ବାକି ଦୁଇଟି ଟେଷ୍ଟ ମ୍ୟାଚ୍ ନିମନ୍ତେ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ଆସନ୍ତା ୭ରୁ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ସେତେବେଳ ସୁଦ୍ଧା ଯଦି ସେ ଶତପ୍ରତିଶତ ଫିଟ୍‌ ନ ଥାନ୍ତି ତେବେ ମଧ୍ୟ ତାଙ୍କୁ ଏହି ଟେଷ୍ଟ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯିବ ବୋଲି ମ୍ୟାକ୍‌ଡୋନାଲଡ୍‌ କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ୍‌ମାନେ ପୂର୍ବରୁ ଖେଳାଯାଇଥିବା ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଯେପରି ବ୍ୟାଟିଂ କଲେ ତାହାକୁ ଦୃଷ୍ଟିରେ ରଖି ତୃତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ୱାର୍ଣ୍ଣରଙ୍କୁ ଦଳରେ ସାମିଲ କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। ତୃତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ସଂପୂର୍ଣ୍ଣ ରୂପେ ଫିଟ୍ ହୋଇଯିବେ ବୋଲି ୱାର୍ଣ୍ଣର ଆଶା ରଖିଛନ୍ତି। ପୂର୍ବରୁ ଖେଳାଯାଇଥିବା ଦୁଇଟି ଟେଷ୍ଟ ମ୍ୟାଚ୍‌​‌େର ଦଳର ତାରକା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ଆଶାନୁରୂପ ବ୍ୟାଟିଂ କରିବାରେ ବିଫଳ ହେବା ସଂପର୍କରେ ମତ ଦେଇ ମ୍ୟାକ୍‌ଡୋନାଲ୍‌ଡ କହିଥିଲେ ସ୍ମିଥ୍‌ ଦୁଇଟି ମ୍ୟାଚ୍‌ରେ ବିଫଳ ହୋଇଛନ୍ତି ସତ; ହେଲେ ତାଙ୍କ ପ୍ରତିଭା ଉପରେ ପ୍ରଶ୍ନ ଉଠାଇଯାଇ ପାରିବ ନାହିଁ। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories