www.samajalive.in
Saturday, December 6, 2025
26.1 C
Bhubaneswar

ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି 

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍‌ ମୁରଲୀଧରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଆଜି (ଗୁରୁବାର) ପ୍ରକାଶ ପାଇଛି। ସେହିପରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ମଧ୍ୟ ଆଜି ପ୍ରକାଶ ପାଇଛି।
ସୁପ୍ରିମକୋର୍ଟ କଲିଜିୟମ୍‌ ଗତ ୧୪ ତାରିଖରେ ଜଷ୍ଟିସ ମୁରଲୀଧର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ ଜଣ ବିଚାରପତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତ ୧୬ତାରିଖରେ ପ୍ରକାଶ ପାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜଷ୍ଟିସ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ମୁରଲୀଧର ଆସନ୍ତା ସୋମବାର ଯଥାକ୍ରମେ ମଧ୍ୟପ୍ରଦେଶ ହାଇକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟରେ ଶପଥ ଗ୍ରହଣ କରିବେ।

 

- Advertisement -

ସୂଚନାଯୋଗ୍ୟ ଯେ, ୧୯୮୪ରେ ଚେନ୍ନାଇଠାରେ ଡକ୍ଟର ମୁରଲୀଧର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଳୀ ହାଇକୋର୍ଟରେ ଓକିଲାତି କରିଥିଲେ। ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଖୁବ୍‍ ସକ୍ରିୟ ଥିଲେ ଏବଂ ଏହି କମିଟିକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ଭୋପାଳ ଗ୍ୟାସ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍‍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର। ବହୁ ଜନସ୍ୱାର୍ଥ ମାମଲାରେ କୋର୍ଟମିତ୍ର ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ମଧ୍ୟ ପାଇଥିଲେ। ୨୦୦୨ରୁ ୨୦୦୬ ମଧ୍ୟରେ ଲ’ କମିସନ ପାର୍ଟଟାଇମ ସଦସ୍ୟ ଭାବେ କାର୍ୟ୍ୟ କରିବା ସହ ଜାତୀୟ ମାନବାଧିକାର ଆୟୋଗ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଓକିଲ ଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନା କରିଛନ୍ତି। ୨୯ ମଇ ୨୦୦୬ରେ ଦିଲ୍ଳୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଡକ୍ଟର ମୁରଲୀଧର। ପରେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲା। ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ମୁରଲୀଧର ୭ ଅଗଷ୍ଟ ୨୦୨୩ରେ ଅବସର ଗ୍ରହଣ କରିବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories