www.samajalive.in
Friday, December 5, 2025
20.1 C
Bhubaneswar

ହୋଟେଲରେ ଅଗ୍ନିକାଣ୍ଡ ଘଟି ୬୬ ମୃତ

ଅଙ୍କାରା : ହୋଟେଲରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୬୬ ଜଣଙ୍କ ଜୀବନ। ଗୁରୁତର ଆହତ ହୋଇଛନ୍ତି ୫୦ରୁ ଅଧିକ । ଏଭଳି ଏକ ଅଘଟଣ ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ତୁର୍କୀରେ ସ୍ଥିତ ଗ୍ରାଣ୍ଡ କରତାଲ ହୋଟେଲରେ ଘଟିଛି। ବୋଲୁ ପ୍ରଦେଶର କରତାଲକାୟା ଅଞ୍ଚଳରେ ସ୍ଥିତ ଏହି ଗ୍ରାଣ୍ଡ କରତାଲ ହୋଟେଲ ଏକ ଲୋକପ୍ରିୟ ସ୍କି ରିସର୍ଟ। ସ୍କୁଲ ପରୀକ୍ଷା ପରେ ଛୁଟି ଥିବା କାରଣରୁ ଏହି ହୋଟେଲଲେ ବେଶ ପର୍ଯ୍ୟଟକଙ୍କ ଭିଡ ଜମିଥିଲା। ୧୨ ମହଲା ବିଶିଷ୍ଟ ଏହି ହେଟୋଲରେ ନିଆଁ ଲାଗିବା ପରେ ନିଆଁ ଖୁବ୍‌ ଶୀଘ୍ର ସମସ୍ତ କକ୍ଷକୁ ବ୍ୟାପି ଯାଇଥିଲା। ପ୍ରାୟ ୨୩୦ରୁ ଅଧିକ ପର୍ଯ୍ୟଟକ ହୋଟେଲରେ ଥିଲେ। ନିଆଁ ଲାଗିବା ପରେ ପରବର୍ତ୍ତୀ ସତର୍କ ସୂଚନା ବ୍ୟବସ୍ଥା ଅଚଳ ଥିବାରୁ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କିଛି ଲୋକେ ଝରକା ବାଟେ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ । ମାତ୍ର ସେମାନେ ଗୁରୁତର ଆହତ ହୋଇଛନ୍ତି। ସରକାର ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ପରେ ନିଆଁକୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିଲା।

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..

- Advertisement -

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories