www.samajalive.in
Friday, December 5, 2025
27.1 C
Bhubaneswar

ଦିନକରେ ୮୦ ନିଷ୍ପତ୍ତି ନେଲେ ଟ୍ରମ୍ପ

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟତା ଓ ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ସୋମବାର ଆମେରିକା ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଆମେରିକାର ଏହି ନିଷ୍ପତ୍ତିକୁ ନେଇ ହୁ’ ଚିନ୍ତାବ୍ୟକ୍ତ କରିଛି। ହୁ’ର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରେୟେସସ୍ ନିଷ୍ପତ୍ତିର ପୁନଃବିଚାର କରିବାକୁ ଟ୍ରମ୍ପ ପ୍ରଶାସନକୁ ନିବେଦନ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଟେଡ୍ରୋସ କହିଛନ୍ତି ଯେ ଆମେରିକା ଓ ହୁ’ ମଧ୍ୟରେ ସକାରାତ୍ମକ ଆଲୋଚନା ହେବା ଦରକାର। ବିଶ୍ବର କୋଟି କୋଟି ନାଗରିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆମେରିକା ସହିତ ହୁ’ର ସମ୍ପର୍କ ନିବିଡ ରହିବା ଜରୁରୀ। ଜାନୁଆରୀ ୨୧ ସୋମବାର ରାଷ୍ଟ୍ରପତି ଟ୍ରମ୍ପ ହୁ’ର ସଦସ୍ୟତାରୁ ଆମେରିକା ଓହରିଯିବା ସମ୍ପର୍କିତ ନିର୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ୧୯୪୮ରୁ ଆମେରିକା ହୁ’ର ପ୍ରତିଷ୍ଠାତା ସଦସ୍ୟ ରହିଆସିଛି। ସେବେଠାରୁ ଆମେରିକା ହୁ’ର କାର୍ଯ୍ୟପରିଚାଳନା ଓ ଯୋଜନା ପ୍ରଣୟନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆସୁଛି। ହୁ’ରେ ମୋଟ ୧୯୩ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି। ତେବେ ଆମେରିକା ହୁ’କୁ ସର୍ବାଧିକ ପାଣ୍ଠି ଯୋଗାଇ ଆସୁଛି। ସେହିପରି ଟ୍ରମ୍ପ ପ୍ରଶାସନ ଦ୍ବିତୀୟ ଥର ପାଇଁ ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୭ରେ ଟ୍ରମ୍ପଙ୍କ ପ୍ରଶାସନ ଅନୁରୁପ ନିଷ୍ପତ୍ତି ନେଇଥିଲା। ପ୍ୟାରିସ ଜଳବାୟୁ ରାଜିନାମା ଅନୁଯାୟୀ ସ୍ବାକ୍ଷରକାରୀ ରାଷ୍ଟ୍ରଗୁଡିକ ୨୦୩୫ ସୁଦ୍ଧା ବିଶ୍ବ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଟ୍ରମ୍ପ ତାଙ୍କର ପ୍ରଥମ ଦିନରେ କାର୍ଯ୍ୟରେ ୮୦ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମଧ୍ୟରେ ରହିଛି ଆମେରିକାରେ ଆଉ ୭୫ଦିନ ପାଇଁ ଚୀନର ଟିକ୍‌ଟକ୍ ଆପ୍ କାର୍ଯ୍ୟ କରିବାକୁ ଅନୁମତି। ଟ୍ରାନ୍ସଜେଣ୍ଡରଙ୍କୁ ସୁରକ୍ଷା ପ୍ରଦାନ। ୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍‌ରେ ହିଂସାକାଣ୍ଡ ଘଟାଇଥିବା ଟ୍ରମ୍ପଙ୍କ ୧୫୦୦ ସମର୍ଥକଙ୍କୁ ରାଜକ୍ଷମା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories