www.samajalive.in
Monday, December 15, 2025
27.1 C
Bhubaneswar

ନିପାତ ହେଲେଣି ହମାସ୍‌ର ୬ କମାଣ୍ଡର

ତେଲ୍‌ ଆବିଭ୍‌ : ହମାସ୍‌ ବିରୋଧରେ ଇସ୍ରାଏଲର ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ଏହା ଅଧିକ ଭୟଙ୍କର ରୂପ ନେଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ଗାଜାକୁ ହମାସ୍‌ ଆତଙ୍କବାଦୀ ମୁକ୍ତ ଅଭିଯାନ ସ୍ବରୂପ ହମାସ୍‌ର ୬ ପ୍ରମୁଖ କମାଣ୍ଡରକୁ ନିପାତ ହୋଇଥିବା ଦାବି କରାଯାଇଛି। ଗାଜାସ୍ଥିତ ହମାସ୍‌ର ଯୁଦ୍ଧ ପରିଚାଳନା କେନ୍ଦ୍ର ଇସ୍ରାଏଲର ବିମାନ ଆକ୍ରମଣରେ ଧ୍ବଂସ ପାଇଯାଇଛି। ଆଇଡିଏଫ୍‌ ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ନିର୍ଦିଷ୍ଟ ସ୍ଥାନକୁ ଲକ୍ଷ୍ୟକରି ଆକ୍ରମଣ କରାଯିବାରୁ ସଫଳତା ମିଳିଥିବା କୁହାଯାଇଛି। ଏହି କମାଣ୍ଡରଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ ବିଭାଗ ମୁଖ୍ୟ ମୁଏତାଜ୍‌ ଇଦ୍‌, ବିମାନ ବାହିନୀ ମୁଖ୍ୟ ଅବୁ ମୁରାଦ, ନୁଖ୍‌ବା ବାହିନୀର ବରିଷ୍ଠ ଅଧିକାରୀ ବିଲାଲ ଅଲ୍‌ କେଦ୍ରା, ଜୋଦ୍‌ ଅବୁ ସମ୍‌ଲା, ଜାକାରିଆ ଅବୁ ମାମାର ଓ ଅଲ୍‌ କାଦି। ଇସ୍ରାଏଲ ପକ୍ଷରୁ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି; ଯେଉଁଥିରେ ହମାସ୍‌ ଆ୍ତଙ୍କବାଦୀ ନିରୀହ ଲୋକଙ୍କୁ ଆଖିବୁଜା ହତ୍ୟା କରିଚାଲିଥିବା ଦେଖାଯାଉଛି। ଏହି ତିନି ମିନିଟ୍‌ ଭିଡିଓ ୭ତାରିଖ ହମାସ୍‌ ଆକ୍ରମଣର ବୋଲି ଜଣାପଡ଼ିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories