www.samajalive.in
Saturday, December 13, 2025
14.1 C
Bhubaneswar

‘ଇସ୍ରାଏଲର ଗାଜା ଦଖଲ ଭୁଲ୍‌ ହେବ’

ଇସ୍ରାଏଲ ସମ୍ପ୍ରତି ଗାଜା ପଟିକୁ ସମ୍ପୂର୍ଣ୍ଣ ଦଖଲ କରିବା ଯୋଜନାରେ ଥିବାବେଳେ ଏହା ଭୁଲ୍‌ ପଦକ୍ଷେପ ହେବ ବୋଲି ସହଯୋଗୀ ଆମେରିକା ଚେତାଇ ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଖୁବ୍‌ ଶୀଘ୍ର ଇସ୍ରାଏଲ ଗସ୍ତରେ ଯିବେ ବୋଲି ସୂଚନା ଦେବା ସହ କହିଛନ୍ତି ଯେ ହମାସ୍‌କୁ ନିପାତ୍‌ କରିବା ପାଇଁ ଗାଜା ଉପରେ ଆକ୍ରମଣ ଯଥାର୍ଥ; କିନ୍ତୁ ଏହାକୁ ଦଖଲ କରିବା ମସ୍ତବଡ଼ ଭୁଲ୍‌ ହେବ। ସବୁ ପାଲେଷ୍ଟିନୀୟ ହମାସ୍‌ ସଦସ୍ୟ ନୁହନ୍ତି କିମ୍ବା ହମାସ୍‌ ସମଗ୍ର ପାଲେଷ୍ଟାଇନ୍‌କୁ ପ୍ରତିନିଧିତ୍ବ କରେନାହିଁ; ତେଣୁ ଗାଜା ଅକ୍ତିଆର ଉଦ୍ୟମ ଠିକ୍‌ ନୁହେଁ। ଗାଜାରେ ସୃଷ୍ଟି ହୋଇଥିବା ମାନବୀୟ ସଂକଟ ଏବେ ଚିନ୍ତାର କାରଣ ହୋଇଛି। ଏହା ସତ୍ତ୍ବେ ହମାସ୍‌କୁ ମୂଳପୋଛ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଲଢ଼େଇରେ ଅଦ୍ୟାବଧି ୩୦ ଆ​ମେରିକୀୟଙ୍କ ମୃତ୍ୟୁ ହେଲାଣି। ଭୂମଧ୍ୟ ସାଗରରେ ଆମେରିକାର ଦୁଇଟି ଯୁଦ୍ଧବିମାନବାହୀ ଜାହାଜ ମୁତୟନ ହୋଇଛି। ଇରାନ୍‌ ଏହି ଯୁଦ୍ଧରେ ହମାସ୍‌ ସପକ୍ଷରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିବା ଆମେରିକା ଅଭିଯୋଗ କରିଛି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories