ମଙ୍ଗଳବାର ରାଶିଫଳ (୧୭.୧୦.୨୦୨୩)

ମେଷ :  ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ନିର୍ଭୟରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବୃଷ : ମିତ୍ରତା ବୃଦ୍ଧି ହେବ। କ୍ଷେତ୍ରପତି ହୋଇପାରନ୍ତି। ଗ୍ରାମାଧୀଶ ହେବା ଆଶା କରାଯାଏ। ଯାନବାହନ ସୁଖ ମିଳିବ। ନାନା ସୁଖ ଭୋଗ କରିପାରନ୍ତି। ଦେବ ପୂଜ୍ୟ ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।

ମିଥୁନ : ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରିପାରନ୍ତି। ବହୁ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ସନ୍ତାନ ଲାଳସା ମେଣ୍ଟିପାରେ। ସାଧୁକଲ୍ୟାଣ ପ୍ରାପ୍ତ ହେବେ।

କର୍କଟ : ପରଧନରେ ଧନୀ ହୋଇପାରନ୍ତି। ମହିଳାମାନଙ୍କର ହିତକାରୀ ହେବେ। ରସିକ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ବେଳେବେଳେ ବାଚାଳତା ପ୍ରକାଶ ପାଇପାରେ। ଯୁବକମାନେ କ୍ଷୀଣ ଶରୀର ହେବେ।

ସିଂହ : ଧର୍ମ ଧ୍ବଜାଧାରୀ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସଭାସଦ୍‌ମାନଙ୍କର ଦିଗ୍‌ଦର୍ଶକ ସାଜିପାରନ୍ତି। ସଦାସର୍ବଦା ହାସ୍ୟମୁଖ ରହିବେ। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବେ।

କନ୍ୟା : ଶତ୍ରୁତାର ବିନାଶ ଘଟାଇବାରେ ପାରଙ୍ଗମ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ ରଖିପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ନିର୍ଲୋଭ ହୋଇପାରନ୍ତି।

ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦେବଦେବୀଙ୍କ ଉପାସନାରେ ମନ ପ୍ରାଣ ଢାଳି ଦେଇପାରନ୍ତି। ଅତିଥି ସତ୍କାର କରି ଜନ୍ମଦିନରେ ଆଶିଷ ଗ୍ରହଣ କରିବେ। ସୁସ୍ଥ ରହିବେ।

ବିଛା : ବାଣିଜ୍ୟ କାରବାରରେ ବହୁ ଲାଭ ପାଇବାର ସୂଚନା ମିଳୁଛି। ସବୁ ଲୋକଙ୍କର ପ୍ରିୟପାତ୍ର ହୋଇପାରନ୍ତି। ଧନସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁଖୀ ହେବେ।

ଧନୁ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭଲ କାମ କରି ଜନପ୍ରିୟ ହେବେ। ସତ୍ୟବାନ୍‌ ହେବେ।

ମକର : ସନ୍ମାର୍ଗୀ ହେବେ। ଜଣେ ଜ୍ଞାନୀ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବହୁ ମିତ୍ର ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ବାସଗୃହ ପରିବେଶ ଉତ୍ତମମାନର ହେବ।

କୁମ୍ଭ : ବହୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ରାଜପୂଜ୍ୟ ଯୋଗ ଅଛି। ଦେବଭକ୍ତି ଯୁକ୍ତ ହେବେ। ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଇପାରନ୍ତି। ନିସ୍ବାର୍ଥପର ସେବା ଉଚ୍ଚକୋଟୀର ହୋଇପାରେ।

ମୀନ : ସଦାସର୍ବଦା ହର୍ଷଯୁକ୍ତ ହେବେ। ଭାଷାର ବିଶୁଦ୍ଧତା ଆପଣଙ୍କୁ ମହାନ୍‌ କରିପାରେ। ଧନଶାଳୀ ହେବାର ସୂଚନା ମିଳୁଛି। ବହୁ ମୁକ୍ତାର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିପାରନ୍ତି।

Comments are closed.