www.samajalive.in
Thursday, December 11, 2025
27.1 C
Bhubaneswar

ବଦଳିଲେ ବେଗୁନିଆ ଥାନା ଅଧିକାରୀ

ବେଗୁନିଆ : ଥାନାରେ ଥିବା ଜବତ ବାଣ ଓ ମଦ ଚୋରା ଚାଲାଣ ଘଟଣା ପରେ ବେଗୁନିଆ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କର ବଦଳି କରାଯାଇଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶ ଅନୁଯାୟୀ ତାଙ୍କୁ ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ବେଗୁନିଆ ଥାନାକୁ ବୋଲଗଡ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ବଦଳି କରାଯାଇଥିବାବେଳେ ବୋଲଗଡ ଥାନାକୁ ଖୋର୍ଦ୍ଧା ଥାନାର ସିଦ୍ଧାମୟୀ ବରାଡଙ୍କୁ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତ୍ରିରେ ବେଗୁନିଆ ଥାନାର ପଛ ଗେଟ ଦେଇ କିଛି ପୁଲିସ କର୍ମଚାରୀ ଜବତ ବାଣ ଓ ମଦକୁ ଚୋରା ଚାଲଣ କରୁଥିବା ବେଳେ ଗ୍ରାମବାସୀ ଧରିଥିଲେ। ଚୋରା ଚାଲାଣରେ ସାମିଲ ଥିବା ଡ୍ରାଇଭର ତଥା ହୋମଗାର୍ଡ ପ୍ରକାଶ ମୁଦୁଲିକୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଥାନା ଅଧିକାରୀଙ୍କର ବଦଳି କରାଯାଇଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories