www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାମାନେ ଶିବଲିଙ୍ଗ ଛୁଇଁବା ଅନୁଚିତ

ହିନ୍ଦୁ ଧର୍ମରେ ଧାର୍ମିକ ନୀତିକୁ ବିଶେଷ ମହତ୍ତ୍ବ ଦିଆଯାଇଛି। କୁହାଯାଇଛି ଯେ, ଧାର୍ମିକ ନୀତି ନିୟମ ପାଳନ ନ କରିବା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ। ଏହାସହ ସମସ୍ତ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ। ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ମହିଳା ଓ ଝିଅମାନେ ମଧ୍ୟ ବ୍ରତ ରଖି ଥାଆନ୍ତି। କିନ୍ତୁ କୁଆଁରୀ ବା ଅବିବାହିତ ଝିଅମାନେ ଶିବଲିଙ୍ଗ ଛୁଇଁବା ଅନୁଚିତ।

କିଛି ଧାର୍ମିକ ମାନ୍ୟତା ଅନୁଯାୟୀ, ଶିବ ଲିଙ୍ଗକୁ କେବଳ ପୁରୁଷମାନେ ପୂଜା କରିବା ଉଚିତ। ପୂଜା କରିବା ପରେ ଶିବଲିଙ୍ଗ ଚର୍ତୁଃପାଶ୍ବରେ ପରିକ୍ରମା କରିବା ଉଚିତ। କିନ୍ତୁ ମହିଳା ଓ ଝିଅମାନଙ୍କୁ ଶିବଲିଙ୍ଗ ଛୁଇଁବାକୁ ବାରଣ କରାଯାଇଛି। ଏପରି ହେବାର ଧାର୍ମିକ ମହତ୍ତ୍ବ ରହିଛି। ଆସନ୍ତୁ ଜାଣିବା ସେହି ଧାର୍ମିକ ମହତ୍ତ୍ବ ବିଷୟରେ ..

- Advertisement -

ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ଶିବ ସର୍ବଦା ତପସ୍ୟାରେ ଲିନ ରହିଥାଆନ୍ତି। ତେଣୁ ମହିଳାମାନଙ୍କୁ ଶିବଲିଙ୍ଗ ଛୁଇଁବାକୁ ବାରଣ କରାଯାଇଛି।

ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ଶିବଙ୍କ ପୂଜା ସମୟରେ ବିଶେଷ ଧ୍ୟାନ ଦିଆଯାଇଥାଏ। କୁହାଯାଇଛି ଯେ, ଭଗବାନ ଶିବଙ୍କୁ ମନୁଷ୍ୟ, ଦେବତା ଓ ଅପ୍ସରା ଖୁବ ସାବଧାନତାର ସହ ପୂଜା କରିଥାଆନ୍ତି। ତାଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ମହିଳାମାନେ ଭଗବାନ ଶିବଙ୍କୁ ପୂଜା କରି ପାରିବେ କିନ୍ତୁ ଶିବଲିଙ୍ଗ ଛୁଇଁ ପାରିବେ ନାହିଁ।

ଜ୍ୟୋତିଷଙ୍କ ମତରେ, ଭଗବାନ ଶିବଙ୍କୁ ଦଶ ବର୍ଷରୁ ଉର୍ଦ୍ଧ୍ବ ବୟସ ଝିଅମାନେ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ଭଗବାନ ଶିବ ଖୁବ ଶୀଘ୍ର ପ୍ରସନ୍ନ ହୋଇ ବର ପ୍ରଦାନ କରିଥାଆନ୍ତି।

ବିଶେଷ କରି ଶ୍ରାବଣ ମାସରେ ଭଗବାନ ଶିବଙ୍କ ଆଶୀର୍ବାଦ ଶୀଘ୍ର ପ୍ରାପ୍ତି ହୋଇଥାଏ। ତେଣୁ ଶିବଲିଙ୍ଗରେ କେବେ ବି ଭୁଲରେ ହଳଦୀ ଚଢାନ୍ତୁ ନାହିଁ। ଏପରି କରିବା ଅଶୁଭ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories