www.samajalive.in
Saturday, December 6, 2025
17.1 C
Bhubaneswar

ଖାଲିପାଦରେ ଚାଲିଚାଲି ବୃଦ୍ଧାଙ୍କ ପେନସନ ଆଣିବା ଘଟଣା, ସୀତାରମଣଙ୍କ ଟ୍ୱିଟ୍ ପରେ ବ୍ୟାଙ୍କ ସକ୍ରିୟ

ଡେସ୍କ: ଓଡିଶାର ନବରଙ୍ଗପୁର ଝରିଗାଁ ଷ୍ଟେଟ ବ୍ୟାଙ୍କରୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଏକ ପ୍ଲାଷ୍ଟିକ ଚେୟାର ସହାୟତାରେ ଜଣେ ବୃଦ୍ଧା ସୂର୍ଯ୍ୟ ହରିଜନ ଖାଲି ପାଦରେ ଯାଉଥିବା ଘଟଣା ନେଇ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଟ୍ୱିଟ କରିବା ପରେ, ଏଭଳି ସମସ୍ୟାର ସମାଧାନ ପାଇଁ ଷ୍ଟେଟ ବ୍ୟାଙ୍କ ପଦକ୍ଷେପ ନେଇଛି ଏବଂ ଆଗାମୀ ଦିନରେ ଯେଭଳି ସମସ୍ୟା ନ ହୁଏ ସେ ନେଇ ବ୍ୟାଙ୍କ ତତ୍ପର ହୋଇଛି।


ଏହି ଘଟଣା ନେଇ ଷ୍ଟେଟ ବ୍ୟାଙ୍କ କହିଛି ଯେ ନିକଟତମ ଗ୍ରାହକ ସେବା କେନ୍ଦ୍ରରେ ସମ୍ପୃକ୍ତ ବୃଦ୍ଧାଙ୍କ ଟିପ ଚିହ୍ନ ମେଳ ହୋଇନଥିଲା। ଝରିଗାଁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁକୁମାର ବକ୍ସି କହିଛନ୍ତି ଯେ ସେହି ବୃଦ୍ଧାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଟିପ ଚିହ୍ନ ମେଳ ହୋଇନଥିଲା। ଆଜି ଶାଖା ପରିଚାଳକ ସୂର୍ଯ୍ୟ ହରିଜନଙ୍କ ନିକଟରେ ପହଂଚି ଭତ୍ତା ଅର୍ଥ ଯୋଗାଇ ଦେବା ସହ ଏକ ହ୍ୱିଲ ଚେୟାର ମଧ୍ୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ତାଙ୍କ ନିକଟରେ ଆଣି ଭତ୍ତା ଅର୍ଥ ଯୋଗାଇ ଦିଆଯିବ ବୋଲି ଶାଖା ପରିଚାଳକ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories