www.samajalive.in
Friday, December 5, 2025
20.1 C
Bhubaneswar

ଗର୍ଭବତୀ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା; ୭ ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଈପୁର ଗ୍ରାମରେ ଗତ ୭ ବର୍ଷ ତଳେ ସ୍ୱାମୀର ଟାଙ୍ଗିଆ ଚୋଟରେ ଜଣେ ୮ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ରାମଜୀ ଅହିରୱାରକୁ ସଦର ପୁଲିସ ୭ ବର୍ଷ ପରେ ଗରିଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ରାମଜୀ ଅହିରୱାର ମଧ୍ୟପ୍ରଦେଶ ରାଇସେନ ଜିଲା ବେଗୁମଗଞ୍ଜ ଥାନା ଅନ୍ତର୍ଗତ କିରତପୁର ଗାଁର ବୋଲି ଜଣାପଡିଛି ।

ଘଟଣା ସମ୍ପର୍କରେ ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣୀ ପ୍ରଧାନ ସମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଦର ଥାନା ଅନ୍ତର୍ଗତ ଭାଲିଆବୋଲକାଟେଣୀ ଗ୍ରାମପଞ୍ଚାୟତ ସରଦେଈପୁର ଗ୍ରାମର ନୃସିଂହ ଚରଣ ପ୍ରତିହାରୀଙ୍କ ଝିଅ ଖୁଲଣା ପ୍ରତିହାରୀ(୩୦) ମଧ୍ୟପ୍ରଦେଶ ରାଇସେନ ଜିଲା ବେଗୁମଗଞ୍ଜ ଥାନା ଅନ୍ତର୍ଗତ କିରତପୁର ଗାଁର ଶିବ ଚରଣ ଅହିରୱାରଙ୍କ ପୁଅ ରାମଜୀ ଅହିରୱାର(୩୦)ଙ୍କୁ ୨୦୧୫ ମସିହାରେ ବିବାହ କରିଥିଲା । ଉଭୟ ମଧ୍ୟପ୍ରଦେଶରେ କିଛି ଦିନ ରହିବା ପରେ ସରଦେଈପୁର ଚାଲି ଆସିଥିଲେ । ୨୦୧୬ ମସିହା ଜୁନ ୧୩ ତାରିଖରେ ସ୍ୱାମୀ ରାମଜୀ ପତ୍ନୀ ଖୁଲଣାକୁ ସାଙ୍ଗରେ ନେଇ ମଧ୍ୟପ୍ରଦେଶ ଚାଲିଯିବାକୁ ଜିଦ୍ ଧରିଥିଲା। ମାତ୍ର ଖୁଲଣା ୮ ମାସର ଗର୍ଭବତୀ ହୋଇଥିବା ଏବଂ ପ୍ରସବ ସମୟ ପାଖେଇ ଆସୁଥିବାରୁ ଏହି ସମୟରେ ଦୂର ଯାତ୍ରା କରିବା ଠିକ ନୁହେଁ ବୋଲି କହି କଥାରେ ରାଜି ନହେବାରୁ ଉଭୟଙ୍କ ଭିତରେ ବଚସା ହୋଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ସେହି ରାତିରେ ଖୁଲଣା ଶୋଇଥିବା ଅବସ୍ଥାରେ ସ୍ୱାମୀ ରାମଜୀ ଏକ ପଥରକଟା ଟାଙ୍ଗିଆରେ ପତ୍ନୀ ଖୁଲଣାଙ୍କ ବେକକୁ ହାଣି ନିର୍ମମ ଭାବେ ହତ୍ୟା କରି ରାତାରାତି ଫେରାର ହୋଇଯାଇଥିଲା । ଦୀର୍ଘ ୭ ବର୍ଷର ଏହି ପୁରୁଣା ମାମଲାକୁ ପୁଲିସ ବନ୍ଦ କରିବା ପୂର୍ବରୁ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉପନିରୀକ୍ଷକ ଚନ୍ଦ୍ରକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟପ୍ରଦେଶ ଯାଇଥିଲେ । ମାତ୍ର ଅଭିଯୁକ୍ତ ବିବାହ ବେଳେ ଭୁଲ ଠିକଣା ଦେଇଥିବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଲା । ତେବେ ଉପ ନିରୀକ୍ଷକ ଶ୍ରୀ ସେଠୀଙ୍କ ଅକ୍ଳାନ୍ତ ଚେଷ୍ଟା ଓ ଅନୁସନ୍ଧାନ ଯୋଗୁ ଅଭିଯୁକ୍ତ ରାମଜୀକୁ ପୁଲିସ ଭୁବନେଶ୍ୱର ସାଲିଆ ସାହିରୁ ଗରିଫ କରିବାରେ ସକ୍ଷମ ହୋଇଛି ବୋଲି ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ରାମଜୀ ପୁଲିସ ଏବଂ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ନିଜର ଦୋଷ ସ୍ୱୀକାର କରିଛି । ଏହି ସମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଏବଂ ଉପ ନିରୀକ୍ଷକ ଚନ୍ଦ୍ରକାନ୍ତ ସେଠୀ ଉପସ୍ଥିତ ଥିଲେ । ଅଭିଯୁକ୍ତ ରାମଜୀକୁ ୩୦୨ ଦଫାରେ ଅଦାଲତ ଚାଲାଣ କରାଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories