ବରପାଲି : ବରପାଲି ଶିତଳଷଷ୍ଠୀ ଯାତ୍ରା କମିଟିର ୧୪୪ତମ ଶିବପାର୍ବତୀ ବିବାହତ୍ସୋବ ଆଦ୍ୟପର୍ବ ଥାଳଉଠା ଓ ଭାକ୍ତଙ୍କ ବ୍ରତଧାରଣ କାର୍ଯ୍ୟ ନିରାଡ଼ମ୍ବର ଭାବରେ ସମାପନ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସରକାରଙ୍କ ଗାଇଡ଼ ଲାଇନକୁ ସମ୍ମନ ଜଣାଇ ପୁର୍ବ ପରମ୍ପରା ଭିତ୍ତିକ ଯାତ୍ରା କମିଟି ବରପକ୍ଷ ଓ କନ୍ୟାପକ୍ଷ କଲେଜଛକ ଶୈବ ଭକ୍ତ ମଣ୍ଡଳି କୋଭିଡ଼ କଟକଣା ମଧ୍ୟରେ ନିରାଡ଼ମ୍ବର ଶୋଭାଯାତ୍ରାରେ ବାହାରିଥିଲେ। ସ୍ଥାନିୟ ନୃପରାଜ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ରାଜଭାଟି, ମିଶ୍ରପଡ଼ା ବାଟଦେଇ କପିଲେଶ୍ୱର ନଗର ସ୍ଥିତ ବାବା କପିଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା। ପରେ ଦେବାଧିଦେବ କପିଳେଶ୍ୱର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ କନ୍ୟା ମାତା ପାର୍ବତୀଙ୍କ ପିତୃଆଳୟରୁ ଆସିଥିବା କଲେଜଛକ ବାସୀଙ୍କ ମଧ୍ୟରେ ପ୍ରଥା ଅନୁଯାୟୀ ପାରମ୍ପାରିକ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ହେବା ସହ ପୁର୍ବ ନୀତିକାନ୍ତି ମାନ ପାଳିତ ହୋଇଥିଲା। ପରେ କେବଳ ଦୁହିକୂଳଙ୍କୁ ନେଇ ଥାଳ ଉଠା ପର୍ବ ମନ୍ଦିର ପରିସରରେ ସମ୍ପର୍ଣ୍ଣ କରାଯାଇଥିଲା।
ବିଶିଷ୍ଟ ପଣ୍ଡିତ ହେମନ୍ତ ମିଶ୍ରଙ୍କ ଦ୍ୱାରା ଋଦ୍ରାଭିଷେକ ପର୍ବ ପୁର୍ବାହ୍ନ ସମୟରେ କରାଯାଇଥିଲା। କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ରୂପେ ଦାୟୀତ୍ୱ ତୁଳାଇଥିଲେ। ମନ୍ଦିର ପୂଜକ ମାନଙ୍କ ଦ୍ୱାରା ଦେବ ନୀତି ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ପରେ ପଣ୍ଡିତଙ୍କ ଦ୍ୱାରା ସଙ୍କଳ୍ପଧାରୀ ଓ କନ୍ୟାପକ୍ଷ ଷଷ୍ଠୀ ବ୍ରତ ଧାରଣ କରିଥିଲେ। କନ୍ୟାପକ୍ଷରୁ କନ୍ୟା ପିତା ଗୋକୂଳ ଗହିର ଓ କନ୍ୟାମାତା ସଂଯୁକ୍ତା ଗହିରଙ୍କ ସହ ଭକ୍ତ ମାନେ ମନ୍ଦିର ତଳପାର୍ଶ୍ବରେ ଉପସ୍ଥିତ ଥିଲେ।



