www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ଧୁ ପରିଜନ ଦେଲେ ପଛଘୁଞ୍ଚା, ଯୁବକର୍ମି କଲେ ମୃତଦେହ ସତ୍କାର

ବରପାଲି: ବରପାଲି ଏକନମ୍ବର ୱାଡ଼ରେ ଏକ ଅଭାବନିୟ ଘଟଣା ଘଟିଛି। ସ୍ଥାନୀୟ ବିଧାୟିକା ପ୍ରତିନିଧି ଓ ଯୁବକର୍ମିଙ୍କ ସହାୟତାରେ ସମସ୍ୟାର ସମାଧାନ ହୋଇଯାଇଛି। ବରପାଲି ବ୍ଲକ କାଇଁଶିର ଗାଁର ଏକ ପରିବାର ସାପ୍ତାହିକ ବଜାର ନିକଟସ୍ଥ ଏକ ଭଡ଼ାଘରେ ବହୁ ଦିନରୁ ରହୁଥିଲେ। କିଛିଦିନ ପୁର୍ବରୁ ପରିବାର ଲୋକେ କରୋନା ସଂକ୍ରମିତ ହୋଇ ଗୃହ ସଙ୍ଗରୋଧ ମଧ୍ୟରେ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ରାତ୍ର ସମୟରେ ସଂକ୍ରମିତ ହୋଇଥିବା ୩୦ ବର୍ଷିଆ ଯୁବତୀଙ୍କ ଛାତିରେ କଷ୍ଟ ଅନୁଭବ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟର ଅବନତି ଦେଖାଯାଇଥିଲା ଓ ପରବର୍ତ୍ତି ସମୟରେ ମୃତ୍ୟୁ ହୋଇଯାଇଥିଲା। ଖବରପାଇ ସ୍ୱାସ୍ଥ୍ୟକର୍ମି ମାନେ ଘଟଣାସ୍ଥଳରେ ପହଞ୍ଚି ପିଡ଼ିତାଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରସାସନକୁ ଜଣାଇଥିଲେ। ପରେ ମହିଳାଙ୍କ ଅନ୍ତିମ ସତ୍କାର କାର୍ଯ୍ୟ ନିମନ୍ତେ ବନ୍ଧୁ ବାନ୍ଧବ କିମ୍ବା ପରିଜନ ବର୍ଗ ନପହଞ୍ଚିବାରୁ ବିଜେପୁର ବିଧାୟିକା ପ୍ରତିନିଧି ସୌରଭ ସାହୁଙ୍କ ସମେତ ଛାତ୍ରନେତା ଦେବାନନ୍ଦ ମେହେର,ଏନଏସିର ବାବୁଲୁ ବେହେରା ଓ ମହିଳାଙ୍କ ବୃଦ୍ଧ ପିତା ସନ୍ତୋଷ ପନୁଆଁଙ୍କ ଉପସ୍ଥିତିରେ ପିପିଇ କିଟ୍ସ ପିନ୍ଧି ଯୁବତୀଙ୍କ ମୃତ ଦେହ ସତ୍କାର ସ୍ଥାନିୟ ଶ୍ମଶାନ ଘାଟରେ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories