ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ପଂଚାୟତ ତୁରୁଞ୍ଜିଆ ଗୁଡା ବଙ୍ଗମୁଣ୍ଡା ଜଙ୍ଗଲରୁ ଆଜି ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ଗାଦବାକତରା ପଂଚାୟତର ରଙ୍ଗମାତିଗୁଡା ଗ୍ରାମର ଲିମୋଦର ମୁଦୁଲି (୩୫ ) ଗତକାଲି ଘରୁ ବାହାରି ଚାଲି ଚାଲି ଶଶୁର ଘର ଗ୍ରାମକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଗ୍ରାମବାସୀ ଦେଖି ପୋଲିସକୁ ଜଣାଇଥିଲେ। ପରେ ପରିବାର ଲୋକ ଏନେଇ ପତ୍ରପୁଟ ଥାନାରେ ଜଣେଇବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଏପଟେ ମୃତକଙ୍କ ପରିବାର କହିବା ଅନୁଯାଇ ଲିମୋଧର କିଛିଦିନ ହେବ ମସ୍ତିଷ୍କ ବିକୃତ ହୋଇଥିବା କହିଛନ୍ତି।
ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
Popular Categories



