www.samajalive.in
Saturday, December 6, 2025
16.1 C
Bhubaneswar

ଚିନ୍ତାବଢାଉଛି ଗ୍ରାମାଞ୍ଚଳ ସଂକ୍ରମଣ: ହରଭଙ୍ଗା ବ୍ଲକରୁ ୫୫ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁାଇଁଲା ୧୨୦୧

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଗ୍ରାମାଞ୍ଚଳ ସଂକ୍ରମଣ ବୃଦ୍ଧି ଚିନ୍ତାବଢାଉଛି। ପ୍ରତିଦିନ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଶନିବାର ବ୍ଲକରୁ ଆଉ ୫୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ୧୨୦୧ରେ ପହଞ୍ଚିଲାଣି। ଆଜିର ଆକ୍ରାନ୍ତ ତାଲିକାରେ ମହାଲ୍ଲିକପଡା ପଞ୍ଚାୟତ ଶଙ୍କରୀରୁ ସର୍ବାଧିକ ୧୩ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ସାମ୍ପୋଚରୁ ୦୯ଜଣ, ମଲ୍ଲିକପଡାରୁ ୦୩ଜଣ, ବୁକେଶିଙ୍ଗାରୁ ୦୩ଜଣ, ବୁଲୁରା, ବଡବନ୍ଧ, ଲୋକପଡା, ଭେଜିଗୁଡା, ଛତ୍ରଙ୍ଗରୁ ୨ଜଣ ଲେଖାଏଁ ଏବଂ ଆଡେଣିଗଡ, କରୁଣାପାଲ୍ଲୀ, ବାଲିପଟ୍ଟା, ନାଏକପଡା, ବାଘପାଲ୍ଲୀ, ଚାରିଛକ, ଠିଡିକାଯୋର, ମାର୍ଦ୍ଦୀଙ୍ଗ, ହରଭଙ୍ଗା, କାନପୁର, ରୁଗୁଡିପାଲ୍ଲୀ, ବଡବାଗବର, ସରସରା, ଟଭାପଦର, କୃଷ୍ଣପାଲ୍ଲୀ, ବୁରୁବୁଡା, ମୂଷାଢରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।ଗତ ଶୁକ୍ରବାର ଶଙ୍କୁଲେଇ ପଞ୍ଚାୟତ ଛେଳିଖାଇରୁ ସର୍ବାଧିକ ୧୧ଜଣ, ପଦାମାଳରୁ ୦୪ଜଣ, ଭାଲିଆଗୁଡାରୁ ୦୪ଜଣ, ବୁକେଶିଙ୍ଗାରୁ ୦୩ଜଣ, ତଳଗାଁ, ଛିତକାବାରୀ, ନୂଆପଡା, ମଲ୍ଲିକପଡା, କୁମାରୀରୁ ୨ଜଣ ଲେଖାଏଁ ଏବଂ ବାମଣ୍ଡା, ରଘୁନାଥପୁର, ଜଟେଶିଙ୍ଗା, ମାର୍ଦ୍ଦିଙ୍ଗ୍, ଭେଜିଗୁଡା, ତୁକୁଲୁଣ୍ଡା, କୁଶଙ୍ଗ, ତାଳପଦର, ଶଙ୍କରୀ, କେଳାକଟା, ସାଲକଟା, ପୁରୁଣାକଟକ ଏବଂ ବାଲିପୁରରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories