www.samajalive.in
Sunday, December 14, 2025
19.1 C
Bhubaneswar

ଜାନୁଆରୀ ୬ରୁ ରାଜଧାନୀରେ ଶିଶିର ସରସ ମେଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଚଳିତ ମାସ ୬ ତାରିଖରୁ ବରମୁଣ୍ଡା ବିଜୁ ଟ୍ଟନାୟକ ପଡ଼ିଆରେ ଏହି ମେଳା ଆରମ୍ଭ ହବେ। ଦୀର୍ଘ ୧୦ ଦିନ ଧରି ଏହି ମେଳା ଚାଲିବ। ଚଳିତବର୍ଷ ୪୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌‌ ଖୋଲାଯିବା ନେଇ ସୂଚନା ରହିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଦି ପଇସା ରୋଜଗାର ନେଇ ଆଶା ରଖିଛନ୍ତି ବ୍ୟବସାୟୀ। କେବଳ ବାହାର ରାଜ୍ୟର ବ୍ୟବସାୟୀ ନୁହଁନ୍ତି, ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଏଥିରେ ସାମିଲ ହେବେ। ଲୋକଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଫୁଡ୍ କୋର୍ଟ, ସେଲ୍ଫି ପଏଣ୍ଟ , ଓରମାସ ଷ୍ଟଲରେ ବିଭିନ୍ନ ଘରକରଣା ଜିନିଷ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ। ଦର୍ଶକଙ୍କ ମନୋରଞ୍ଜନ ଲାଗି ଓନ କୁଇଜ୍‌‌, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories