www.samajalive.in
Monday, December 15, 2025
16.1 C
Bhubaneswar

ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ଼, ସାରା ବିଶ୍ବ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ

ଭୁବନେଶ୍ବର: ସାରା ବିଶ୍ବ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ ଓ ମହାନ ପରମ୍ପରା, ଐତିହ୍ୟ। ଏଥର ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ଦିଆଯାଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡ଼େଲ ଚୂଡ଼ାନ୍ତ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି। ମଡେଲ ମନୋନୀତ ସହ ଏ ସମ୍ପର୍କୀତ ମାର୍ଗଦର୍ଶିକା ଚିଠିରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଓଡ଼ିଶାର ମେଢ଼ ସ୍ଥାନ ପାଇଛି। ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ଏହି ଅବସରରେସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିଛି। ଶିଳ୍ପୀଗ୍ରାମ ରଘୁରାଜପୁରରେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ଶିଳ୍ପୀ ପରିଚିତ ହୋଇଛନ୍ତି ଏବଂ ରଘୁରାଜପୁର କିଭଳି ବିକଶିତ, ସାରା ବିଶ୍ବରେ କଳା ପାଇଁ ଆଦୃତ ହୋଇପାରିଛି ତାହା ଏଥିରେ ଦର୍ଶାଯାଇଛି। ବି‌େ‌ଶଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇବ। ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା। ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହେଉଛିା ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ। ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତ ରହିବ। ଆଗାମୀ ବୈଠକରେ ଏଦିଗରେ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

- Advertisement -

ବିଗତ ତିନି ବର୍ଷ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ ଦରବାରରେ ଗଡ଼ିନଥିବାବେଳେ ୨୦୨୦ରେ ଶେଷ ଥର ପାଇଁ ଗଡ଼ିଥିଲା। ଯେଉଁଥିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଥିଲା। ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କାର ହାତେଇ ଥିଲା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories