www.samajalive.in
Tuesday, December 9, 2025
15.1 C
Bhubaneswar

ଜାନୁଆରୀ ୪ରୁ ଆରମ୍ଭ ହେବ ଶିଶିର ସରସ ମେଳା

ଭୁବନେଶ୍ବର: ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବ ଶିଶିର ସରସ ମେଳା। ଜାନୁଆରୀ ୪ ରୁ ଆରମ୍ଭ ହୋଇ ଏହି ଜାତୀୟସ୍ତରୀୟ ମେଳା ୧୧ ଦିନ ଅର୍ଥାତ ଜାନୁଆରୀ ୧୪ ତାରିଖ ଯାଏଁ ଚାଲିବ। ଭୁବନେଶ୍ବରର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ମେଳାରେ ଚଳିତ ଥର ୩୦୦ଟି ଷ୍ଟଲ ସ୍ଥାନ ପାଇବ ବୋଲି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମେଳାପାଇଁ ଆୟୋଜକମାନେ ପ୍ରସ୍ତୁତି ଜୋରଦାର ଚଳାଇଥିବା ବେଳେ ଚଳିତ ଥର ମେଳା ପରିଷର ସଫା ରଖିବା ଏବଂ ପ୍ଲାଷ୍ଟିକ-ପଲିଥିନ ମୁକ୍ତ ରଖିବାକୁ ନିର୍ଦେଶ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ପ୍ରତିବର୍ଷ ଶିଶିର ସରସ ମେଳା ଆୟୋଜନ କରି ଆସୁଛି।  ଏହି ମେଳାରେ ଏଥର ଭାରତର ୨୫ଟି ରାଜ୍ୟ ଅଂଶ ଗ୍ରହଣ କରୁଥିବା ଜଣାପଡିଛି । ସେହିପରି ଓଡ଼ିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ହାତ ତିଆରି ସାମଗ୍ରୀ ଧରି ମେଳାରେ ସାମିଲ ହେବେ। କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବ୍ଧ ହେବ।

- Advertisement -

ଏଥର ୧୨ଟି ଷ୍ଟଲକୁ ନେଇ ଖୋଲାଯାଇଛି ଫୁଡ୍‌ କୋର୍ଟ। ଏଥିରେ ୮ଟି ରାଜ୍ୟର ପାରମ୍ପରିକ ଖାଦ୍ୟ ମିଳିବ। ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ରକମର ପିଠା ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି ହେବ। ସେହିଭଳି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀ ନେଇ ଫ୍ୟାସନ୍‌ ସୋ’ ଆୟୋଜନ କରିବାର ମଧ୍ୟ ବ୍ୟବସ୍ଥା ରହିଛି। ମେଳାକୁ ବୁଲି ଆସୁଥିବା ଦର୍ଶକ ଓ ଗ୍ରାହକଙ୍କ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ମଧ୍ୟ କରାଯିବ। ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ଲୋକ ନୃତ୍ୟ, ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ କାର୍ୟ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories