www.samajalive.in
Friday, December 5, 2025
16.1 C
Bhubaneswar

ବିହାର ବିଧାନସଭା ନିର୍ବାଚନ: ୧୦୦ ଆସନରେ ପ୍ରଭାବ ପକାଇବ ଏସ୍‌ଆଇଆର

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ଆସନ୍ତା ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ପ୍ରଚାର କାର୍ଯ୍ୟକୁ ବ୍ୟାପକ କରିବାରେ ଲାଗିଛନ୍ତି। ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଗତ ସେପ୍ଟେମ୍ବରରେ ବିହାରରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଚୂଡାନ୍ତ ହୋଇସାରିଛି। ଏହି ଅଭିଯାନ ଅନୁଯାୟୀ ବିହାରରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୪.୮୮ ପ୍ରତିଶତ ହ୍ରାସ ପାଇଛି। ପ୍ରତ୍ୟେକ ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ହାରାହାରି ୧୫,୮୦୯ କମିଥିବା ଜଣାପଡିଛି। ତେବେ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇବା ଅନୁପାତ ସମାନ ନୁହେଁ।

ବିହାରରେ ଏସଆଇଆର ଯୋଗୁଁ ୧୦୦ଟି ଆସନରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି। ସୀମାଞ୍ଚଳ ଅଞ୍ଚଳରେ ଏସଆଇଆରର ପ୍ରଭାବ ଅଧିକ ପଡିବ ବୋଲି ସର୍ଭେରୁ ଜଣାପଡିଛି। ୨୦୨୦ ବିଧାନସଭା ନିର୍ବାଚନରେ ସୀମାଞ୍ଚଳରେ ଆରଜେଡି ଓ ଏନଡିଏ ପ୍ରାୟ ସମାନ ସ୍ଥିତିରେ ଥିବାବେଳେ ଓୱେସିଙ୍କ ଏଆଇଏମଆଇଏମ ୧୧ ପ୍ରତିଶତ ଭୋଟ ଯୋଗାଡ କରିପାରିଥିଲା। ଏଆଇଏମଆଇଏମ ଯଦି ପ୍ରତିଦ୍ବନ୍ଦ୍ବିତା କରିନଥାନ୍ତା, ତେବେ ଆରଜେଡି ଏହି ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିପାରିଥାନ୍ତା। ଆସନ ସଂଖ୍ୟା ଦୃଷ୍ଟିରୁ ବିଜେପି ସୀମାଞ୍ଚଳରେ ୨୪ରୁ ୧୨ଟି ଆସନ ହାତେଇଥିଲା। ଇତିମଧ୍ୟରେ ଏଆଇଏମଆଇଏମର ୫ ଜଣ ବିଧାୟକ ଆରଜେଡିରେ ଯୋଗଦେଇ ସାରିଛନ୍ତି।

- Advertisement -

ବର୍ତ୍ତମାନ ଏସଆଇଆର ଯୋଗୁଁ ସୀମାଞ୍ଚଳରେ କେଉଁ ମେଣ୍ଟ ଆଗୁଆ ରହିବ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୋଜପୁର ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ୫.୫୬ ପ୍ରତିଶତ ହ୍ରାସ ପାଇଛି। ଏଠାରେ ଏନଡିଏ ତୁଳନାରେ ଆରଜେଡି ୭ ପ୍ରତିଶତ ଆଗୁଆ ରହିଛି। ଅପରପକ୍ଷରେ ଅଙ୍ଗ ପ୍ରଦେଶ, ମିଥିଳାଞ୍ଚଳ ଏବଂ ତିରହୁତ୍‌ ଅଞ୍ଚଳରେ ମଧ୍ୟ ଏସଆଇଆରର ପ୍ରଭାବ ଦେଖିବାକୁ ମିଳିବ। ଏହି ତିନିଟି ଅଞ୍ଚଳରେ ବିଜେପିର ପ୍ରାଧାନ୍ୟ ରହିଛି। ମଗଧକୁ ଆରଜେଡିର ଦୁର୍ଗ କୁହାଯାଉଥିବାବେଳେ ଏଠାରେ ଭୋଟରଙ୍କ ସଂଖ୍ୟା ବହୁତ କମ ହ୍ରାସ ପାଇଛି। ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ରାଜ୍ୟର ମୋଟ ୧୦୭ଟି ଆସନ ଉପରେ ଏସଆଇଆର ପ୍ରଭାବ ଦେଖିବାକୁ ମିଳିବ। ଅବଶିଷ୍ଟ ଆସନରେ ପ୍ରାଧ​‌‌ାାନ୍ୟ ବିସ୍ତାର କରିଥିବା ଦଳଗୁଡିକ ଅନାୟାସରେ ବିଜୟୀ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇପଡିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories